29.1 C
Bhubaneswar
Saturday, April 27, 2024
Homeଓଡିଶାନିୟମ କୋହଳ ହେଲେ ବଢିବ ସଂକ୍ରମଣ

ନିୟମ କୋହଳ ହେଲେ ବଢିବ ସଂକ୍ରମଣ

ଭୁବନେଶ୍ୱର : ଭାରତରେ କରୋନା ମହାମାରୀ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଥିଲେ ମଧ୍ୟ ରାଜ୍ୟରେ କୋଭିଡ୍ ନିୟମକୁ କୋହଳ କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି। କୋଭିଡ୍ ନିୟମ ପାଳନରେ କୋହଳ ହେଲେ ଓଡ଼ିଶାରେ ବି ସଂକ୍ରମଣ ହାର ବଢ଼ିପାରେ ବୋଲି ରାଜ୍ୟ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ରିପୋର୍ଟରେ ଆମେ ଶତପ୍ରତିଶତ ନିଶ୍ଚିତ ନାହୁଁ । ପ୍ରତି ମଡେଲର ଅପ୍ ଓ ଡାଉନ୍ ଅଛି । ତେଣୁ ଡବ୍ଲ୍ୟୁଏଚଓ ରିପୋର୍ଟକୁ ନେଇ ଆମେ ଆଶ୍ୱସ୍ତ ହେବା ନାହିଁ ।

କେରଳରେ ଏବେ ସଂକ୍ରମଣ ହାର କମୁଛି କିନ୍ତୁ ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି । ଏବେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ସଂକ୍ରମଣ ହାର କମ୍ ରହୁଛି । ହସ୍ପିଟାଲରେ ମାମଲା ବି ବେଶୀ ନାହିଁ କି ଗୁରୁତର ରୋଗୀ ସଂଖ୍ୟା ବି ବେଶରୀ ନାହିଁ । ତେଣୁ ସଂକ୍ରମଣ ଯେଭଳି ଅଧିକ ନହୁଏ ସେଥିପାଇଁ ସମସ୍ତେ ସତର୍କ ରହିବା ଜରୁରୀ । କୋଭିଡ୍ ନିୟମକୁ ପାଳନ କରିବାରେ ଢ଼ିଲା କରିବା ଅନୁଚିତ୍ । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ଯେକୌଣସି ମୁହୂର୍ତ୍ତରେ ଏହା ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତେଣୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ କୋଭିଡ୍ ଗାଇଡଲାଇନ ପାଳନ ପାଇଁ ଯାହା ସବୁ ପଦକ୍ଷେପ ନିଆଯାଇଛି ତାହା ଜାରି ରହିବା ଉଚିତ୍ । ଯାହାଫଳରେ ସଂକ୍ରମଣ ବ୍ୟାପିବ ନାହିଁ । କୋଭିଡ୍ ପୁଣିଥରେ ନୂଆ ରୂପରେ ଆସିବ ନାହିଁ ବୋଲି କେହି ଶତପ୍ରତିଶତ କହିପାରିବେ ନାହିଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking