36.1 C
Bhubaneswar
Thursday, May 2, 2024
Homeଓଡିଶାମୂର୍ତ୍ତି ବିବାଦ: ହାଇକୋର୍ଟରେ ଆବେଦନ ଖାରଜ

ମୂର୍ତ୍ତି ବିବାଦ: ହାଇକୋର୍ଟରେ ଆବେଦନ ଖାରଜ

କଟକ: ମୂର୍ତ୍ତି ବିବାଦ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଆବେଦନ ଖାରଜ ହୋଇଛି । ବାଲୁବଜାର ପୂଜା କମିଟି କରିଥିବା ଆବେଦନ ଖାରଜ ହୋଇଛି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ କରିଥିବା ଆବେଦନ ଖାରଜ ହୋଇଛି । ମହାମାରୀ ବେଳେ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି ।

ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ପୂର୍ବପରି ମୂର୍ତ୍ତିର ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡ଼ିଥିଲା ବାଲୁ ବଜାର ପୂଜା କମିଟି।

ଏସଆରସିଙ୍କ ବିଜ୍ଞପ୍ତି ଅନୁସାରେ, ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ। ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ। କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା। କଟକଣାକୁ ବିରୋଧ କରି କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking