40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୁଁ ପିଲଭିତ ଆସନରୁ ନିର୍ବାଚନ ଲଢ଼ିବିନି’

ମୁଁ ପିଲଭିତ ଆସନରୁ ନିର୍ବାଚନ ଲଢ଼ିବିନି’

ନୂଆଦିଲ୍ଲୀ:  ବିଜେପି ଦ୍ୱାରା ଟିକେଟ କଟାଯିବା ପରେ ପିଲଭିତର ସିଟିଂ ସାଂସଦ ବରୁଣ ଗାନ୍ଧୀ ବୁଧବାର ନିଜର ପ୍ରଥମ ପ୍ରତିକ୍ରିୟା ଦେବା ସହ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ମୁଁ ପିଲଭିତ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବି ନାହିଁ । ସେ କହିଛନ୍ତି ବିନା କୌଣସି ଭେଦଭାବରେ ଲୋକଙ୍କ ପାଇଁ ମୋ ଦ୍ୱାରା ନିଜର ଲୋକସଭା ସଂସଦୀୟ କ୍ଷେତ୍ରରେ କରାଯାଇଥିବା କଲ୍ୟାଣମୂଳକ କାର୍ଯ୍ୟ ସତ୍ତ୍ୱେ ମୋ ପ୍ରତି ଯାହା ବି ହୋଇଛି ତାହାର ଆଶା ମୁଁ କେବେ କରି ନ ଥିଲି ।
ସୂଚନାଯୋଗ୍ୟ, ପିଲଭିତ ଲୋକସଭା ଆସନ ୧୯୮୯ଠାରୁ ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ଗଡ଼ ହୋଇ ରହିଛି । ୧୯୯୧ରେ ମେନକା ଏହି ଆସନରୁ ପରାଜିତ ହୋଇଥିଲେ । ତେବେ ୧୯୯୬ରେ ପୁଣି ମେନକା ଏହି ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮, ୧୯୯୯ ଏବଂ ୨୦୦୪ରେ ମଧ୍ୟ ବିଜୟୀ ହୋଇଥିଲେ । ୨୦୦୯ରେ ଏହି ଆସନରୁ ବରୁଣ ଗାନ୍ଧୀ ପ୍ରାର୍ଥୀ ହୋଇ ବିଜେପିରୁ ବିଜୟୀ ହୋଇଥିଲେ । ମେନକା ୨୦୦୯ରେ ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏହା ପରେ ୨୦୧୪ରେ ପୁଣି ପିଲଭିତ ଫେରିଥିଲେ । ଏହା ପରେ ପୁଣି ଥରେ ୨୦୧୯ରେ ସୁଲତାନପୁର ଲୋକସଭା ଆସନକୁ ଫେରି ଯାଇଥିଲେ । ୧୯୮୯ ପରେ ଚଳିତ ୨୦୨୪ ବର୍ଷ ପ୍ରଥମ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଯେତେବେଳେ କି ପିଲଭିତ ଲୋକସଭା ଆସନରେ ମେନକା ଗାନ୍ଧୀ ଅବା ବରୁଣ ଗାନ୍ଧୀ କେହି ନିର୍ବାଚନ ମଇଦାନରେ ନାହାନ୍ତି । ମେନକା ଗାନ୍ଧୀ ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବାବେଳେ ବରୁଣ ଗାନ୍ଧୀଙ୍କ ଟିକେଟ କଟି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking