29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରାମମନ୍ଦିର ପରିସରରେ ଫୁଟିଲା ଗୁଳି

ରାମମନ୍ଦିର ପରିସରରେ ଫୁଟିଲା ଗୁଳି

ନୂଆଦିଲ୍ଲୀ : ରଙ୍ଗର ପର୍ବ ହୋଲି ଶେଷ ହୋଇଯାଇଛି । ଏହାପରେ ବି ସାରା ଅଯୋଧ୍ୟା ଉତ୍ସବମୁଖର ରହିଛି । ଏହି ଅବସରରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବି ଖୁବ ଜମୁଛି । ଏଭଳି ସମୟରେ ରାମମନ୍ଦିର ପରିସରରେ ଗୁଳି ଫୁଟିବା ହେତୁ ଭକ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଏହି ଗୁଳିରେ ଡିୟୁଟିରେ ଥିବା ଜଣେ ପିଏସି କମାଣ୍ଡୋ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ହଠାତ ରାମମନ୍ଦିର ପରିସରରେ ଗୁଳିଫୁଟିବା ଶବ୍ଦ ଶୁଣି ପୁଲିସ ଓ ସୁରକ୍ଷାକର୍ମଚାରୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ପହଞ୍ଚିବା ପରେ ସେମାନେ ୩୨ତମ ବାଟାଲିଆନର ପିଏସି କମାଣ୍ଡୋ ରାମପ୍ରସାଦଙ୍କ ଛାତିରେ ଗୁଳି ବାଜିଥିବା ଦେଖିବାକୁ ପାଇଥିଲେ । ଏସପି ପଙ୍କଜ ପାଣ୍ଡେ ତୁରନ୍ତ ରାମପ୍ରସାଦଙ୍କୁ ଶ୍ରୀରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଠାରୁ ଡାକ୍ତର କମାଣ୍ଡୋଙ୍କୁ ଦର୍ଶନ ନଗର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଦେଇଥିଲେ । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତର ଅଧିକ ଚିକିତ୍ସା ପାଇଁ ରାଜପ୍ରସାଦଙ୍କୁ ଲକ୍ଷେ୍ମøର ଟ୍ରାମା ସେଣ୍ଟରକୁ ପଠାଇ ଦେଇଥିଲେ । ଏକ୍ସ-ରେରୁ ଜଣାପଡ଼ିଛି ଗୁଳି ରାମପ୍ରସାଦଙ୍କ ଛାତିର ବାମାପାର୍ଶ୍ୱରେ ବାଜିଥିଲା । ତେବେ କମାଣ୍ଡୋ ରାଜପ୍ରସାଦ ରାମମନ୍ଦିର ପରିସରରେ ଡିୟୁଟିରେ ଥିଲେ । ଏହି ସମୟରେ ସେ ତାଙ୍କର ଏକେ-୪୭ ରାଇଫଲ ସଫା କରୁଥିଲେ । ଏତିକିବେଳେ ଅସାବଧାନତାବଶତଃ ଗୁଳି ଫୁଟି ଯାଇଥିଲା ଯାହାକି ତାଙ୍କ ବାମପାର୍ଶ୍ୱ ଛାତିରେ ବାଜିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking