27.4 C
Bhubaneswar
Thursday, May 14, 2026
Homeଦେଶ ବିଦେଶମାଟି ତଳେ ଚାପି ହୋଇ ମା-ଝିଅ ମୃତ

ମାଟି ତଳେ ଚାପି ହୋଇ ମା-ଝିଅ ମୃତ

ଉତ୍ତରାଖଣ୍ଡ : ମାଟି ତଳେ ଚାପି ହୋଇ ମା-ଝିଅ ମୃତ । ଶୁକ୍ରବାର ଉତ୍ତରାଖଣ୍ଡର ଭିଲଗଂଗା ବ୍ଲକର ବୁଢ଼ାକେଦାରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଆସିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏଠାରେ ଭୁସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ମା-ଝିଅଙ୍କ ମୃତ୍ୟୁ ହୋଇଛି। ଗେୱାଲି, ତୋଲି, ଜଖା‌ଣା, ବିସନ, ତିନଗଡ଼ ଓ ବୁଢ଼ାକେଦାରରେ ଭୁସ୍ଖଳନ ହୋଇଛି। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ବୁଢ଼ାକେଦାରର ତୋଲି ଗାଁରେ ଶୁକ୍ରବାର ରାତି ଭୁସ୍ଖଳନ ଯୋଗୁଁ ମା-ଝିଅ ମାଟିରେ ପୋତି ହୋଇଯାଇଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ମୃତ ମହିଳାଙ୍କ ନାମ ସରିତା ଦେବୀ ଓ ତାଙ୍କର ଝିଅ ଅଙ୍କିତା। ତେବେ ଏହି ଅଘଟଣରୁ ସରିତାଙ୍କ ସ୍ବାମୀ ବୀରେନ୍ଦ୍ର ବର୍ତ୍ତି ଯାଇଛନ୍ତି। ଭୁସ୍ଖଳନ ବେଳେ ସେ ‌ଘରଠାରୁ ଦୌଡ଼ି ପଳାଇ ଯାଇଥିଲେ ବୋଲି କହିଛନ୍ତି। ରାସ୍ତା ଧୋଇଯାଇଥିବାରୁ ପ୍ରଶାସନ ଓ ପୁଲିସ ପହଞ୍ଚି ସ୍ଥିତି ପରିଖିଛନ୍ତି। ସ୍ଥାନୀୟ ପ୍ରଶାସନ ବନ୍ୟା ଯୋଗୁଁ ହୋଇଥିବା କ୍ଷତି ନେଇ ଆକଳନ କରୁଛି। ବାଳଗଂଗା ତହସିଲର ପଟ୍ଟୀଥାତିରେ ରାତିରେ ପ୍ରବଳ ବର୍ଷା ହୋଇଛି। ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ପ୍ରଶାସନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking