40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ‘ଏୟାର ଇଣ୍ଡିଆ’ ସହ ପିଟି ହେଲା ‘ଇଣ୍ଡିଗୋ’

‘ଏୟାର ଇଣ୍ଡିଆ’ ସହ ପିଟି ହେଲା ‘ଇଣ୍ଡିଗୋ’

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଛି ।  ରନୱେ ଏଣ୍ଟ୍ରି ପାଇଁ ଅପେକ୍ଷା କରି ପାର୍କିଂରେ ଛିଡ଼ା ହୋଇଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସର ବିମାନକୁ ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଧକ୍କା ଦେଇଛି । ତେବେ ଏଥିରେ ଉଭୟ ବିମାନର କୌଣସି ଯାତ୍ରୀଙ୍କୁ ଆଘାତ ଲାଗିନଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଗୋଟିଏ ୱିଙ୍ଗ (ଡେଣାର) କିଛି ଅଂଶ ଭାଙ୍ଗି ଯାଇଛି । ତୁରନ୍ତ ‘ଇଣ୍ଡିଗୋ’ର ଉଡ଼ାଣ ବାତିଲ କରାଯିବା ସହ ସମ୍ପୃକ୍ତ ପାଇଲଟଙ୍କୁ ମଧ୍ୟ ଅପସାରିତ କରାଯାଇଛି । ବେସାମରିକ ବିମାନ ଉଡ଼ାଣ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛି । କୋଲକାତାରୁ ଏକ ଇଣ୍ଡିଗୋ ବିମାନ ବିହାରର ଦରଭଙ୍ଗା ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ରନ-ୱେରେ ପ୍ରବେଶ ଅନୁମତି ପାଇଁ ଅପେକ୍ଷା କରିଥିବା ଏକ ଏୟାର ଇଣ୍ଡିଆ ବିମାନ ସହ ଧକ୍କା ହୋଇଥିଲେ । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରନି । ତେବେ ଏହା ଇଣ୍ଡିଗୋ ବିମାନର ପାଇଲଟଙ୍କ ତ୍ରୁଟି ନା ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷର ସିଗ୍ନାଲିଂ ତ୍ରୁଟି, ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ତଥ୍ୟ ସାମ୍ନାକୁ ଆସିନି । ଡିଜିସିଏର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି । ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ କୋଲକାତା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking