33.1 C
Bhubaneswar
Saturday, April 27, 2024
Homeଖେଳଗିଲ୍‌ଙ୍କୁ ୧୨ ଲକ୍ଷ ଜୋରିମାନା

ଗିଲ୍‌ଙ୍କୁ ୧୨ ଲକ୍ଷ ଜୋରିମାନା

ମୁମ୍ବାଇ: ଗୁଜରାଟ ଟାଇଟନ୍ସ (ଜିଟି) କ୍ୟାପ୍‌ଟେନ୍ ଶୁବମନ ଗିଲ୍‌ଙ୍କୁ ମନ୍ଥର ଓଭର୍ ହାର ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ବୁଧବାର ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି । ମଙ୍ଗଳବାର ଖେଳାଯାଇଥିବା ଚଳିତ ଆଇପିଏଲ୍ ସିଜନ୍‌ର ସପ୍ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷରେ ଗୁଜରାଟର ମନ୍ଥର ବୋଲିଂ ଯୋଗୁଁ ଟିମ୍‌ର କ୍ୟାପ୍‌ଟେନ୍ ଗିଲ୍‌ଙ୍କୁ ଏହି ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି । ଆଇପିଏଲ୍ ପକ୍ଷରୁ ବୁଧବାର ଜାରୀ ଏକ ବୟାନରେ କୁହାଯାଇଛି, ‘ଆଇପିଏଲ୍‌ର ମିନିମମ୍ ଓଭର୍ ରେଟ୍ ସମ୍ବନ୍ଧିତ ଆଚାର ସଂହିତା ଅନୁସାରେ ଚଳିତ ସିଜନ୍‌ରେ ଏହା ଟିମ୍‌ର ପ୍ରଥମ ଅପରାଜିତ ହୋଇଥିବାରୁ ଗିଲ୍‌ଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି ।’ ଚେନ୍ନାଇ ମଙ୍ଗଳବାର ଗୁଜରାଟ ଟାଇଟନ୍ସକୁ ୬୩ ରନ୍‌ରେ ପରାଜିତ କରିଥିଲା । ଚେପକ୍ ଷ୍ଟାଡିୟମ୍‌ରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା । ୨୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ୨୦ ଓଭର୍‌ରେ ୮ ୱିକେଟ୍ ବିନିମୟରେ ୧୪୩ ରନ୍ କରିବାକୁ ସମର୍ଥ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking