29.1 C
Bhubaneswar
Saturday, April 27, 2024
Homeଅପରାଧହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ଏନକାଣ୍ଟର: ଜୟା ବଚ୍ଚନ କହିଲେ ଏମିତି କଥା

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ଏନକାଣ୍ଟର: ଜୟା ବଚ୍ଚନ କହିଲେ ଏମିତି କଥା

ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ ଡାକ୍ତରାଣୀଙ୍କୁ ଗଣବଳାତ୍କାର କରି ହତ୍ୟା କରିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଛି। ଏହାକୁ ନେଇ ସମାଜବାଦି ପାର୍ଟିରୁ ରାଜ୍ୟସବା ସାଂସଦ ଜୟା ବଚ୍ଚନଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ, କିଛି ନହେବା ଠାରୁ ଭଲ ବିଳମ୍ଵରେ ହେବା। ପୂର୍ବରୁ ଜୟା ଏହି ଘଟଣାକୁ ନେଇ ସଂସଦରେ ମତ ରଖିଥିଲେ। ତେବେ ଉନ୍ନାଓ ଓ ଅନ୍ୟ ଦୁଷ୍କର୍ମ ଘଟଣାରେ ବଳାତ୍କାରୀଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ୍ ବୋଲି ସେ କହିଛନ୍ତି। ହଇଦ୍ରାବାଦର ଗଣବଳାତ୍କାର ଏବଂ ହତ୍ୟା ଘଟଣାର ୧୦ ଦିନ ପରେ ଅଭିଯୁକ୍ତକାରିଙ୍କୁ ପୋଲିସ ଏନକାଉଣ୍ଟର କରିଛି। ହଇଦ୍ରାବାଦ ପୋଲିସ କମିଶନର ବି.ସି. ସଜ୍ଜନାର କହିଛନ୍ତି ଯେ, ଏହି ଲୋକମାନଙ୍କୁ ଆଜି ଘଟଣାସ୍ଥଳକୁ ସିନ୍ ରିକ୍ରିଏସନ ପାଇଁ ନିଆଯାଇଥିଲା। ଏହି ସମୟରେ ଅଭିଯୁକ୍ତକାରୀମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଇସାରା ଦେଇଥିଲା। ଏହାପରେ ଅନ୍ୟ ଅଭିଯୁକ୍ତକାରୀମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ଏଥିରେ ବାଧା ଦେବାରୁ ସେମାନେ ପୋଲିସର ବନ୍ଧୁକ ଛଡାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking