32.1 C
Bhubaneswar
Friday, May 3, 2024
Homeଓଡିଶାହାଣ୍ଡିଆ ନିଶାରେ ପତ୍ନୀକୁ ହତ୍ୟାକଲା ସ୍ୱାମୀ

ହାଣ୍ଡିଆ ନିଶାରେ ପତ୍ନୀକୁ ହତ୍ୟାକଲା ସ୍ୱାମୀ

ବେତନଟୀ : ବେତନଟୀ ଥାନା ଅଧୀନ ତୁଙ୍ଗାଧୁଆ ଗ୍ରାମର ଖଡିଆସାହିର ଆଲବେତ ଦେହୁରୀ ନିଜ ପତ୍ନୀ ସବିତା ଦେହୁରୀ(୩୦) ସହିତ ପାଖ ରାଜାବନ୍ଧକୁ ଗେଣ୍ଡା ଗୋଟାଇବାକୁ ଯାଇଥିଲେ । ଯିବା ବାଟରେ ସେମାନେ ଦଲ ବେହେରା ଘରୁ ହାଣ୍ଡିଆ ପିଇଥିଲେ । ରାଜାବନ୍ଧକୁ ଯିବା ପରେ ସେଠାରେ ମାତ୍ରାଧିକ ନିଶା ଯୋଗୁଁ ପତ୍ନୀ ସବିତା ଦେହୁରୀ ଅସୁସ୍ଥ ଅନୁଭବ କରି ପଡ଼ି ଯାଇଥିଲେ । ତାଙ୍କୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବେ ବୋଲି କହି ସ୍ୱାମୀ ଆଲବେତ ଉଠାଇଥିଲେ । ହେଲେ ଭାରସାମ୍ୟ ହରାଇ କଚାଡି ଦେଇଥିଲେ । ଏହି ପ୍ରକ୍ରିୟା ଚାଲିଥିବା ବେଳେ ଶେଷରେ ଏକ ଶାଳ ଗଣ୍ଡି ଉପରେ ଆଲବେତ ନିଜର ପତ୍ନୀଙ୍କୁ କଚାଡି ଦେବା ଫଳରେ ପତ୍ନୀ ଗୁରୁତର ଆହତ ହୋଇଥିଲେ ।

ଫଳରେ ଘଟଣାସ୍ଥଳରୁ ଏକ ଟ୍ରଲି ସାହାଯ୍ୟରେ ସବିତାଙ୍କୁ ଘରକୁ ନିଆଯାଇଥିଲା । ଘରେ ପ୍ରାୟ ଦେଢ଼ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହେବାପରେ ସବିତା ମୃତ୍ୟୁବରଣ କରିଥିଲେ । ଖବର ପାଇ ବେତନଟୀ ଥାନା ଆଇଆଇସି ତିଳୋତ୍ତମା ରାଉତ, ଥାନା ଏସଆଇ ବେଦପ୍ରକାଶ ନନ୍ଦ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ଓ ଅନ୍ୟମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଘଟଣାକୁ ନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking