38.1 C
Bhubaneswar
Saturday, April 20, 2024
Homeଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା ଚିହ୍ନଟ ପରେ ୟୁଜି ପିଜି ପରୀକ୍ଷା ସ୍ଥଗିତ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା ଚିହ୍ନଟ ପରେ ୟୁଜି ପିଜି ପରୀକ୍ଷା ସ୍ଥଗିତ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଜି ହେବାକୁ ଥିବା ୟୁଜି ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଶ୍ୱବିଦ୍ୟାଳୟରେ ରହୁଥିବା ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କାର୍ଯ୍ୟସୂଚୀ ନେଇ ଆଜି ବିଶ୍ୱବିଦ୍ୟାଳୟରେ ବୈଠକ ବସିବ । ସେହିପରି ଜିଲ୍ଲାରେ କୋଭିଡ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି । ଦୋଳ ମେଲଣ ପାଇଁ ଗାଇଡଲାଇନ୍‌ ଆସିଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । ଧାର୍ମିକ ଅନୁଷ୍ଠାନରେ ୨୦ରୁ ଅଧିକ ଲୋକ ଏକାଠି ହେବେନାହିଁ । ଦୋଳ ବିମାନ ସହ ସର୍ବାଧିକ ୬ ଜଣ ଯାଇପାରିବେ । ଦୋଳ ଯାତ୍ରା ସମୟରେ ଅବିର ଲଗାଇବା ମନା । ସେହିପରି ମେଲଣ ପଡ଼ିଆରେ ବାଦ୍ୟଯନ୍ତ୍ର ବଜାଇବା ଉପରେ ରୋକ୍‌ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking