31.1 C
Bhubaneswar
Friday, March 29, 2024
Homeଓଡିଶାଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ୫ମହିଳା ଗିରଫ, ୫ ଫେରାର୍‌

ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ୫ମହିଳା ଗିରଫ, ୫ ଫେରାର୍‌

ଅନୁଗୋଳ : ଆଠମଲ୍ଲିକ ବନଖଣ୍ଡ ବାମୁର ବନାଞ୍ଚଳର ସର୍ଗିପାଲୀ ସେକ୍ସନ ୧୩ ନମ୍ବର କମ୍ପାର୍ଟମେଣ୍ଟ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାମୁର ବନବିଭାଗ ୫ ଜଣ ମହିଳାଙ୍କୁ ଗିରଫ୍ କରିଛି । ଶିକାର ଉଦ୍ଦେଶ୍ୟରେ ପ୍ରତ୍ୟେକ ଦିନ ଜଙ୍ଗଲରେ ନିଆଁ ଲଗାଇ ଜନ୍ତୁ  ଶିକାର କରୁଥିବା ବେଳେ ବନବିଭାଗ  ହାତରେ ଧରାପଡିଥିଲେ । ସୂଚନା ଅନୁଯାୟୀ,  ସର୍ଗିପାଲି ସେକ୍ସନର ୧୩ନମ୍ବର କମ୍ପାର୍ଟମେଣ୍ଟରେ ଝିଙ୍କ ଶିକାର ପାଇଁ ଦଳିରେ ନିଆଁ ଲଗାଉଥିବା ସମୟରେ ବନବିଭାଗ ସୁରାକ୍ ପାଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ  ବନାଞ୍ଚଳ ଅଧିକାରୀ କୁଲେଶ ଚନ୍ଦ୍ର ସାହୁ, ବାମୁର ବନପାଳ ପ୍ରଦୀପ କୁମାର ନାୟକ, କିଶୋରନଗର ବନପାଳ ପୁଷ୍ପମିତ୍ର ସିଂ, ସର୍ଗିପାଲୀ ବନରକ୍ଷୀ ରିଙ୍କିବାଳା ପ୍ରଧାନ, ଗାଡଘୁମୁରା ବନରକ୍ଷୀ ରବିନ୍ଦ୍ର କୁମାର ନାୟକ, ବାମୁର ବନରକ୍ଷୀ ଲୋପାମୁଦ୍ରା ସାହୁ, ସ୍ୱାର୍ଡ ନାରାୟଣ ବେହେରା, କାଳନ୍ଦିଚରଣ ଦେହୁରୀ, କୁନା ବିଶ୍ୱାଳ, ହେମନ୍ତ ଦେହୁରୀ ପ୍ରମୁଖ ସଦଳବଳେ ଚଢାଉକରି ଗିରଫ୍ କରିଥିଲେ ।

କିଶୋରନଗର ଥାନା ଜାମୁଣ୍ଡା ଗ୍ରାମର ଗିନୀ ମାଝୀ(୪୫), ସନ୍ଧ୍ୟା ମାଝୀ(୨୨), କେଟି ମାଝୀ(୨୫), ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର କଇଁତା ଦେହୁରୀ(୨୫) ଓ ଜରପଡା ଥାନା ଜାମୁନାଳୀ ଗ୍ରାମର ସୀତା ଦେହୁରୀ (୪୦)ଙ୍କୁ ବନବିଭାଗ ଗିରଫ କରିଥିଲା ୟ । ଅଭିଯୁକ୍ତମାନଙ୍କୁ କୋଭିଡ ଟେଷ୍ଟ ପରେ ଆଠମଲ୍ଲିକ କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟ ପାଞ୍ଚଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ ପାଇଁ ବନବିଭାଗ ଉଦ୍ୟମ ଜାରିରଖିଥିବା ଜଣାଯାଇଛି । ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବନବିଭାଗ ତରଫରୁ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବ୍ୟାପକ ସଚେତନ କରାଯାଉଛି । ଏହା ସତ୍ତ୍ୱେ ଜଙ୍ଗଲରେ ଜନ୍ତୁ  ଶିକାର ପାଇଁ  ନିଆଁ ଲଗାଇ ଦେଉଥିବାରୁ ବନବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking