26.1 C
Bhubaneswar
Wednesday, May 8, 2024
Homeଅପରାଧଠେଙ୍ଗାରେ ପିଟି ପିଟି ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ଠେଙ୍ଗାରେ ପିଟି ପିଟି ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ ପୁଣି ଥରେ ପାରିବାରିକ ହିଂସା ଦେଖାଯାଇଛି । ସ୍ୱାମୀର ଠେଙ୍ଗାମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମାଲଦା ପଞ୍ଚାୟତ ଅନ୍ତର୍ଗତ ଦଳିତା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଜପ ମୁଣ୍ଡା । ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ରମେଶ ମୁଣ୍ଡା ଓ ତା’ର ସ୍ତ୍ରୀ ଜପ ମୁଣ୍ଡାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିରେ ରମେଶ ଉତ୍ତେଜିତ ହୋଇ ନିଜ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଠେଙ୍ଗାରେ ପିଟିପିଟି ହତ୍ୟା କରିଦେଇଥିଲା । ହତ୍ୟା ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚ କୋଇଡା ପୋଲିସକୁ ଅବଗତ କରିଥିଲେ । ଘଟଣାସ୍ଥଳରେ ପୋଲିସ ସମେତ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ଉଦ୍ଧାର କରିଥିବା ବେଳେ ସ୍ୱାମୀକୁ ପୋଲିସ ଅଟକ ରହିଥିବା ଜଣାପଡିଛି । ଅନ୍ୟପଟରେ ପରିବାରର ସାତ କୁନି ଶିଶୁ ଅସହାୟ ହୋଇ ପଡିଛନ୍ତି । ସ୍ଥାନୀୟ ପ୍ରସାଶନକୁ ଶୀଘ୍ର ଶିଶୁଙ୍କ ଥଇଥାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, କୋଇଡା ଅଞ୍ଚଳରେ ବିଗତ ୨ ବର୍ଷ ମଧ୍ୟରେ ପାରିବାରିକ କହଳ ଯୋଗୁଁ ଏକାଧିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ୨୦୧୯ରେ ଜାନୁଆରି ୨୬ ତାରିଖରେ ମାଲଦା ପଞ୍ଚାୟତର ବଡ଼ଇନ୍ଦୁପୁର ଚନ୍ଦାସାହିରେ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ମୃତଦେହ ଗୁଡ଼ିକ ପରିତ୍ୟକ୍ତ ନଳକୂପରେ ପକାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking