31.1 C
Bhubaneswar
Sunday, May 19, 2024
Homeକରୋନାଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ଆସୁଛି କରୋନା ଭ୍ୟାକ୍‌ସିନ୍‌

ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ଆସୁଛି କରୋନା ଭ୍ୟାକ୍‌ସିନ୍‌

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବଜାରକୁ ଆସୁଛି ପିଲାଙ୍କ କରୋନା ଟିକା । ଛୋଟ ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପକ୍ଷରୁ କରୋନା ଟିକା ପ୍ରସ୍ତୁତ କରାଯାଉଛି । ଏହା ଖୁବ୍ କମ୍ ଦିନ ମଧ୍ୟରେ ବଜାରରେ ଲଞ୍ଚ୍ ହେବ । ଭାରତ ବାୟୋଟେକ୍ ଏହି ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପୂରା କରିସାରିଲାଣି । କମ୍ପାନୀ ନିଜ ଟ୍ରାଏଲ ସହ ଜଡ଼ିତ ଡାଟାକୁ କେନ୍ଦ୍ରୀୟ ଔଷଧୀୟ ମାନକ ନିୟନ୍ତ୍ରଣ ସଂଗଠନକୁ ଦେଇ ସାରିଲାଣି । କମ୍ପାନୀ କହିଛି ଯେ ସେମାନେ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ଦେଇଛନ୍ତି ଓ ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମାଗିଛନ୍ତି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍‌ସିନ୍ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଦିଆଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଠାରେ କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ କରାଯାଇଛି । ଏହି ଟ୍ରାଏଲର ସମସ୍ତ ଡାଟା ସିଡିଏସ୍‌ସିଓକୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ, ୨୧ ସେପ୍େଟମ୍ବରରେ ଭାରତ ବାୟୋଟେକ୍‌ର ଚେୟାରମ୍ୟାନ୍ ଓ ପ୍ରବନ୍ଧ ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା କହିଥିଲେ ଯେ ପିଲାଙ୍କ ପାଇଁ କୋଭାକ୍ସିନ୍‌ର ଦ୍ୱିତୀୟ ଓ ତୃତୀୟ ଫେଜ୍‌ର ଟ୍ରାଏଲ ପୂରା ହୋଇଛି । ଏହି ଟ୍ରାଏଲ ୧୦୦୦ ଜଣ ପିଲାଙ୍କ ଉପରେ କରାଯାଇଥିଲା । ଟ୍ରାଏଲ ବେଳେ ଦୁଇଟି ଡୋଜ୍ ମଧ୍ୟରେ ୨୮ ଦିନର ବ୍ୟବଧାନ ରଖାଯାଇଥିଲା । ସେତେବେଳେ ସେ କହିଥିଲେ ଯେ କମ୍ପାନୀ ଆସନ୍ତା ସପ୍ତାହରେ ଡାଟା ସରକାରଙ୍କୁ ଦେବ । ଭାରତ ବାୟୋଟେକ୍‌ର ଚେୟାରମ୍ୟାନ୍ ଆହୁରି ମଧ୍ୟ କହିଥିଲେ ଯେ କରୋନା ଭାଇରସ୍‌କୁ ମାତ୍ ଦେବା ପାଇଁ ନାକ ମାଧ୍ୟମରେ ଦିଆଯାଉଥିବା ଭ୍ୟାକ୍‌ସିନ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ନାଜାଲ ଭ୍ୟାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି । ଏହି ପରୀକ୍ଷଣ ଅକ୍ଟୋବର ଶେଷ ସପ୍ତାହ ମଧ୍ୟରେ ସରିବ । ତେବେ ଯଦି କୋଭାକ୍ସିନ୍‌କୁ ମଞ୍ଜୁରୀ ମିଳିଯାଏ, ତେବେ ଏହା ଭାରତରେ ନିର୍ମିତ ପ୍ରଥମ ଭ୍ୟାକ୍‌ସିନ୍ ହେବ ଯାହା ଛୋଟ ପିଲାଙ୍କୁ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking