26.1 C
Bhubaneswar
Friday, May 10, 2024
Homeଅପରାଧପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ, କାରଣ ଅସ୍ପଷ୍ଟ....

ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ, କାରଣ ଅସ୍ପଷ୍ଟ….

ଗାଜିଆବାଦ୍‌: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ନିଜ ପତ୍ନୀଙ୍କ ସହ କଥା ହେବା ବାହାନାରେ ତାଙ୍କୁ ଅଲଗା ଏକ ରୁମ୍ ନେଇ ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ଘଟାଇ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ପରିବାର ଲୋକ ତୁରନ୍ତ ପୋଲିସରେ ଖବର ଦେଇଥିଲେ । ଖବର ପାଇ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତେଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସାରିଛି । ସୂଚନା ଅନୁଯାୟୀ, ସହରର କୋତବାଲି ଥାନାର ଆର୍ଯ୍ୟନଗର ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଯୁବତୀଙ୍କ ନାମ ବଂଶିକା କଶ୍ୟପ । ୨ ବର୍ଷ ତଳେ ଗାଜିଆବାଦ୍‌ର ବିଜୟ ନଗର ଅଞ୍ଚଳରେ ତାଙ୍କର ବିବାହ ହୋଇଥିଲା । ହେଲେ ବିବାହର ୬ ମାସ ମଧ୍ୟରେ ହିଁ ପତି-ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା । ଯେଉଁ କାରଣରୁ ସ୍ୱାମୀଙ୍କୁ ଛାଡ଼ି ଯାଇ ବାପଘରେ ରହୁଥିଲେ ବଂଶିକା । ସ୍ୱାମୀ ବଶିଂକାଙ୍କୁ ବୁଝାଇ ଘରକୁ ଫେରାଇ ଆଣିବାକୁ ତାଙ୍କ ଶଶୁରଘରକୁ ଯାଇଥିଲେ । ହେଲେ ବଂଶିକା ସ୍ୱାମୀଙ୍କ କଥାରେ ପୁଣି ଥରେ ଶାଶୂଘର ଆସିବାକୁ ରାଜି ହୋଇନଥିଲେ । ତାପରେ ତାଙ୍କ ସ୍ୱାମୀ ତାଙ୍କ ସହ ଏକା କଥା ହେବାକୁ ଚାହାନ୍ତି ବୋଲି କହି ଉପରେ ଥିବା ଏକ ନିରୋଳା ରୁମ୍‌କୁ ନେଇ ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ରାଗରେ ଆସି ସ୍ୱାମୀ ବଂଶିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking