29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶହୋଲିରେ ଅଶ୍ଳୀଳ ଗୀତ ବଜାଇଲେ ମହଙ୍ଗା ପଡ଼ିବ

ହୋଲିରେ ଅଶ୍ଳୀଳ ଗୀତ ବଜାଇଲେ ମହଙ୍ଗା ପଡ଼ିବ

ନୂଆଦିଲ୍ଲୀ: ହୋଲିର ପର୍ବ ପାଖେଇ ଆସୁଛି । ହୋଲି ପର୍ବର ମଜା ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଗୀତକୁ ଉଚ୍ଚ ସ୍ୱରରେ ବଜାଇ ରଙ୍ଗ ଖେଳ ଖେଳି ଥାଆନ୍ତି । କିଛି ଲୋକମାନେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ ମଧ୍ୟ ବଜାଇ ଥାଆନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତଥର ହୋଲିରେ ଅଶ୍ଳୀଳ ଗୀତକୁ ନେଇ ପୁଲିସ-ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚିତ ହୋଇଛି । ଶିବରାତ୍ରିରୁ ହୋଲି ପର୍ଯ୍ୟନ୍ତ ଅଶ୍ଳୀଳ ଗୀତକୁ ବାରଣ କରାଯାଇଛି । ବିହାର ପୁଲିସ ସମଗ୍ର ରାଜ୍ୟ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛି । ବିହାର ପୁଲିସ ଶନିବାର ମହାଶିବରାତ୍ରୀ ଏବଂ ତିନି ସପ୍ତାହ ପରେ ହୋଲି ଉତ୍ସବ ପାଳନକୁ ଦୃଷ୍ଟିରେ ରଖି “ଅଶ୍ଳୀଳ” ଗୀତ ବଜାଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି । ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଜେଏସ୍ ଗାଙ୍ଗୱାରଙ୍କ କହିବା ଅନୁଯାୟୀ, ‘ଯେଉଁ ଗୀତ ଶୁଣିବାକୁ ଭଲ ଲାଗେ ନାହିଁ ତାହା ଅଶ୍ଳୀଳ ବିବେଚନା କରାଯିବ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଭୟ ପୁରୁଷ ଓ ମହିଳା ପୁଲିସ କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରିବେ ଏବଂ ଏହି ସମୟ ମଧ୍ୟରେ ବିଭିନ୍ନ ପାଣ୍ଡାଲ ଉପରେ ତୀକ୍ଷ୍ଣ ନଜର ରଖିବେ । ଏଥିସହିତ ପରାମର୍ଶ ଦିଆଯାଇଛି ଯେ ଲୋକମାନେ ଅଶ୍ଳୀଳ ଗୀତ ବଜାଇବା ଠାରୁ ଦୂରେଇ ରୁହନ୍ତୁ । କାହାର ଭାବନାକୁ ଆଘାତ ଦିଅନ୍ତୁ ନାହିଁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking