37.1 C
Bhubaneswar
Thursday, March 28, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ମହିଳା ଟି-୨୦ ବିଶ୍ୱକପ୍‌: ଭାରତକୁ ହରାଇଲା ଇଂଲଣ୍ଡ

ମହିଳା ଟି-୨୦ ବିଶ୍ୱକପ୍‌: ଭାରତକୁ ହରାଇଲା ଇଂଲଣ୍ଡ

କେପ୍‌ଟାଉନ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତକୁ ଶନିବାର ଇଂଲଣ୍ଡ ୧୧ ରନ୍‌ର ପରାସ୍ତ କରିଛି । ଭାରତୀୟ ଟିମ୍ ଆଜି ମନ୍ଥର ଗତିରେ ବ୍ୟାଟିଂ ଯୋଗୁଁ ମ୍ୟାଚ ହାତଛଡ଼ା କରିଛି । ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମହିଳା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୪୦ ରନ୍ କରିଛି । ସ୍ମୁତି ମନ୍ଧାନାଙ୍କ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ଅପରାଜିତ ୪୭ ରନ୍ ବେକାର ଯାଇଛି । ଭାରତୀୟ ଖେଳାଳିମାନେ ଆଜି ପାଳି ଆରମ୍ଭରୁ ମନ୍ଥର ଗତିରେ ଖେଳିଥିଲେ । ସ୍କୋର ୬୨ ରନ୍ ବେଳକୁ ୯.୧ ଓଭରରେ ୩ଟି ୱିକେଟ ପତ୍ତନ ଘଟି ସାରିଥିଲା । ତେବେ ହାତରେ ଭରପୁର ୱିକେଟ ଥାଇ ମଧ୍ୟ ଆବଶ୍ୟକ ରନ୍ ଯୋଗାଡ଼ କରିପାରି ନଥିଲେ । ସ୍ମୁତି ମନ୍ଧାନା ୪୧ଟି ବଲ୍ ଖେଳି ୫୨ ରନ୍ କରିଥିଲା ବେଳେ ଜେମିମା ରୋଡ୍ରିଗଜ ୧୩ ରନ୍ କରିଥିଲେ ।

ସେଫାଳି ବର୍ମା ୮ ରନ୍‌, ହରମନ୍‌ପ୍ରୀତ କୌର ୪ ରନ୍‌, ଦୀପ୍ତି ଶର୍ମା ୭ ରନ୍ ଓ ପୂଜା ବସ୍ତ୍ରକାର ଅପରାଜିତ ୨ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକାର ସେଣ୍ଟଜର୍ଜ ପାର୍କରେ ଖେଳାଯାଇ ଥିବା ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଇଂଲଣ୍ଡ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରେଣୁକା ଠାକୁର ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ । ଇଂଲଣ୍ଡ ପାଇଁ ନାଟ୍ ସ୍କିଭର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୪୨ଟି ବଲ୍ ଖେଳି ୫ଟି ଚୌକା ବଳରେ ୫୦ ରନ୍ କରିଥିଲେ । ଅଧିନାୟିକା ହିଦର ନାଇଟ୍ ୨୩ଟି ବଲ୍ ଖେଳି ୨୮ ରନ୍ ଯୋଡ଼ିଥିଲେ । ଆମି ଜୋନ୍ସଙ୍କ ବ୍ୟାଟରୁ ୪୦ ରନ୍ ଅମଳ ହୋଇଥିଲା । ସୋଫି ଇସିଲଷ୍ଟୋନ୍ ଅପରାଜିତ ୧୧ ରନ୍ ସଂଗ୍ରହ କରିଥିଲେ ।

ବୋଲିଂ ସମୟରେ ଆରମ୍ଭରୁ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ଓଭରର ୩ୟ ବଲରେ ରେଣୁକା ସିଂହ ୱିକେଟ୍ ନେଇଥିଲେ । ରେଣୁକାଙ୍କ ବଲ୍‌କୁ ଡାନି ୱାଟ୍ ଖେଳି ରିଚା ଘୋଷଙ୍କୁ କ୍ୟାଚ୍ ଦେଇଥିଲେ । ଭାରତର ୨ୟ ଶିକାର ହୋଇଥିଲେ ଆଲିସ କାପ୍‌ସେ । ସେ ମଧ୍ୟ ରେଣୁକାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ସୋଫିଆ ଡନ୍‌କ୍ଲି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ । ସେ ରେଣୁକାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ପରେ ରେଣୁକା ଇଂଲଣ୍ଡର ଆମି ଜୋନ୍ସ ଓ କାଥେରିନା ସ୍କିଭରଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଇଂଲଣ୍ଡ ୨୯ ରନ୍ ବେଳକୁ ପ୍ରଥମ ୩ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା । କିନ୍ତୁ ୪ର୍ଥ ୱିକେଟ୍‌ରେ ଦଳ ୫୧ ରନ୍ ସଂଗ୍ରହ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking