28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶବୁଲଗେରିଆରେ ଚାଞ୍ଚଲ୍ୟ, ଟ୍ରକରୁ ମିଳିଲା ୧୮ଜଣ ପ୍ରବାସୀଙ୍କ ମୃତଦେହ

ବୁଲଗେରିଆରେ ଚାଞ୍ଚଲ୍ୟ, ଟ୍ରକରୁ ମିଳିଲା ୧୮ଜଣ ପ୍ରବାସୀଙ୍କ ମୃତଦେହ

ବେଲଗ୍ରେଡ: ବୁଲଗେରିଆରେ ଚାଞ୍ଚଲ୍ୟ । ଏକ ଟ୍ରକ ଭିତରୁ ୧୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୁଲଗେରିଆର ଲୋକରସ୍କୋର ସୋଫିଆ ଗ୍ରାମରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଘଟଣା । ସମସ୍ତ ମୃତକ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ଗତକାଲି ପୋଲିସ ଏକ ଟ୍ରକରୁ ମୃତଦେହ ଉଦ୍ଧାର କରିଛି । ଲୋକରସ୍କୋର ସୋଫିଆ ଗ୍ରାମରୁ ଏକ ଟ୍ରକ ଭିତରୁ ପୋଲିସ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଟ୍ରକରେ ସମୁଦାୟ ୪୦ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସମସ୍ତ ଗୁରୁତରକୁ ସ୍ଥାନୀୟ ପିରୋଗୋଭ ଏବଂ ଏମଭିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କୁ ଯଥାଶୀଘ୍ର ଚିକିତ୍ସା ଯୋଗାଇ ଦିଆଯାଇଛି । ତେବେ କୌଣସି ଦୁର୍ଘଟଣା ନେଇ ରିପୋର୍ଟ ନଥିବା ବେଳେ ଏହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରବାସୀ ଶ୍ରମିକମାନଙ୍କୁ ବେଆଇନ ଭାବେ ଏକ ଟ୍ରକରେ ଚାଲାଣ କରାଯାଉଥିଲା । ତେବେ କୌଣସି କାରଣବଶତଃ ସେଥିରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ସୁତ୍ରରୁ ପ୍ରକାଶ ପାଇଛି । ମୃତକ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ୫ଜଣ ଶିଶୁ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking