29.1 C
Bhubaneswar
Saturday, July 27, 2024
Homeଅପରାଧଦିନ ଦ୍ୱିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଦିନ ଦ୍ୱିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ସମ୍ବଲପୁର: ସହରରେ ଚାଞ୍ଚଲ୍ୟ । ଦିନ ଦ୍ୱିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଏହିଭଳି ଘଟଣା ଘଟିଛି ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ତୂରୀପଡ଼ା ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ତୂରୀପଡ଼ାର ଭରତ ପ୍ରଧାନ । ଗତକାଲି ମଧ୍ୟାହ୍ନ ସମୟରେ ଭରତ ନିକଟସ୍ଥ ନଦୀ ଘାଟକୁ ଗାଧେଇବାକୁ ଯାଇଥିବାବେଳେ ଅତର୍କିତ ଭାବେ ୨ ଜଣ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ବେକରେ ଭୁଜାଲି ଲାଗିଥିଲେ ମଧ୍ୟ ସେ ତୂରୀ ପଡ଼ାକୁ ପଳେଇ ଆସିଥିଲେ । ଗୁରୁତର ଅବସ୍ଥାରେ ଥାଇ ମଧ୍ୟ ଜଣେ ସମ୍ପର୍କୀୟ ମାଉସୀଙ୍କୁ ପୁରା ଘଟଣା ସମ୍ପର୍କରେ କହିବା ପରେ ତଳେ ଟଳି ପଡ଼ିଥିଲେ । ଏହାପରେ ତାଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଅନ୍ୟପଟେ ଏହି ଖବର ପ୍ରସାରିତ ହେବା ପରେ ଧନୁପାଲି ଛକ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଧନୁପାଲିରେ ପୋଲିସ ପହଞ୍ଚି ଆକ୍ରମଣରେ ବ୍ୟବହାର ହୋଇଥିବା ଭୁଜାଲିକୁ ଜବତ କରି ଥାନାକୁ ଆଣିଥିଲା । ପରବର୍ତ୍ତୀ ସମୟରେ ଧନୁପାଲି ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳକୁ ପୋଲିସ ବହୁ ସମୟ ପର୍ଯ୍ୟନ୍ତ ନ ଆସିବାରୁ ସ୍ଥାନୀୟ ଲୋକେ ହତ୍ୟାକାଣ୍ଡର ପ୍ରତିବାଦରେ ସମ୍ବଲପୁର-କଟକ ରାଜରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଧନୁପାଲି ଠାରୁ ଦେବଗଡ଼, କଟକ, ସୋନପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ସ୍ଥାନୀୟ ଲୋକେ ଯୁବକଙ୍କ ହତ୍ୟାକାରୀକୁ ଯଥାଶୀଘ୍ର ଗିରଫ କରିବା ସବ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ । ଘଟଣା ସ୍ଥଳକୁ ପ୍ରଥମେ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାୟକ ପହଞ୍ଚିଥିବା ବେଳେ ପରେ ପରେ ପହଞ୍ଚିଥିଲେ ସମ୍ବଲପୁର ସଦର ଥାନା ଅଧିକାରୀ । ଏହାପରେ ମଧ୍ୟ ଉତ୍ତେଜନା ଥମିନଥିଲା । ଆନ୍ଦୋଳନକାରୀ ଘଟଣା ସ୍ଥଳକୁ ଏସପି ଆସନ୍ତୁ ବୋଲି ଦାବି କରିଥିଲେ । ଏହାପରେ ଘଟଣା ସ୍ଥଳରେ ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଓ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ମଧ୍ୟ ପହଞ୍ଚିଥିଲେ । ପ୍ରଥମେ ଏସଡିପିଓ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ । ଠିକ୍ ଏହି ସମୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ସମ୍ବଲପୁର ଆଡ଼କୁ ଆସୁଥିବା ବେଳେ ତାଙ୍କ ଗାଡ଼ିକୁ ମଧ୍ୟ ରାସ୍ତା ଅବରୋଧକାରୀ ଅଟକାଇ ଦେଇଥିଲେ । ଏଭଳି ପରିସ୍ଥିତିରେ ପୋଲିସ ରାସ୍ତାରୁ ଭିଡକୁ ହଟାଇ ଥିଲେ ମଧ୍ୟ ମନ୍ତ୍ରୀ ନିଜେ ନିଜ କାରରୁ ଓହ୍ଲାଇ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ । ଏହାପରେ ପୋଲିସକୁ ଯଥା ଶୀଘ୍ର ଅପରାଧୀଙ୍କୁ ଧରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking