29.1 C
Bhubaneswar
Monday, May 6, 2024
Homeଓଡିଶା୧୦ମାସ ଗର୍ଭବତୀ ପତ୍ନୀଙ୍କୁ ମାଡ଼, ବର୍ବର ସ୍ୱାମୀକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ପଡ଼ୋଶୀ

୧୦ମାସ ଗର୍ଭବତୀ ପତ୍ନୀଙ୍କୁ ମାଡ଼, ବର୍ବର ସ୍ୱାମୀକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ପଡ଼ୋଶୀ

ଭୁବନେଶ୍ୱର : ୧୦ମାସ ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରିବା ଓ ପତ୍ନୀଙ୍କୁ ସହଯୋଗ କରୁଥିବା ମହିଳାମାନଙ୍କୁ ଗାଳିଗୁଲଜ କରିଥିବା ସ୍ୱାମୀକୁ ମହିଳାମାନେ ଏକାଠି ହୋଇ ପାନେ ଦେଇଛନ୍ତି । ଅମଣିଷପଣିଆର ସୀମା ଲଘଂନ କରିଥିବା ସ୍ୱାମୀକୁ ଘର ସମ୍ମୁଖ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ବହେ ପିଟିବା ପରେ ମହିଳାମାନେ ପୁଲିସରେ ଜିମା ଦେଇଛନ୍ତି । ଘଟଣାଟି ଧଉଳି ଥାନା କୃଷ୍ଣପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ, କୃଷ୍ଣପୁର ଗ୍ରାମରେ ରହୁଥିବା ହୃଷୀକେଶଙ୍କ ସ୍ତ୍ରୀ ମିଟି ୧୦ ମାସର ଗର୍ଭବତୀ ଥିଲେ । ସେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ହୃଷୀକେଶ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଓଲଟା ମାଡ଼ ମାରିଥିଲେ । ଘଟଣା ଜାଣିବା ପରେ ପଡ଼ୋଶୀ ନମିତା ମଲ୍ଲିକ ୧୦୮ ଆମ୍ବୁଲାନ୍ସ ଡକାଇ ମିଟିଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ମିଟି ସେଠାରେ ପୁଅଟିଏ ଜନ୍ମ ଦେଇଥିଲେ । ମିଟିଙ୍କୁ ଧରି ନମିତା ହସ୍ପିଟାଲରୁ ଗ୍ରାମକୁ ଫେରିବା ପରେ ହୃଷୀକେଶ ଖୁସି ହେବା ବଦଳରେ ଓଲଟା କ୍ରୋଧାନ୍ୱିତ ହୋଇ ନମିତାଙ୍କ ସହ ପତ୍ନୀ ମିଟିଙ୍କୁ ମାଡ଼ ମାରିଥିଲେ । ଏହା ଦେଖି ପାଖପଡ଼ୋଶୀମାନେ ଆଉ ସମ୍ଭାଳି ପାରି ନଥିଲେ । ମହିଳାମାନେ ଏକାଠି ହୋଇ ହୃଷୀକେଶଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ବହେ ପିଟିଥିଲେ । ଖବର ପାଇ ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ଓ ଧଉଳି ଥାନା ପୋଲିସ ସେଠାରେ ପହଞ୍ଚି ହୃଷୀକେଶକୁ ଥାନାକୁ ନେଇଥିଲେ । ଆଜି ଅପରାହ୍ନରେ ପୋଲିସ ନୋଟିସ୍ ଦେଇ ହୃଷୀକେଶକୁ ଛାଡ଼ିଛି । ସୂଚନାଯୋଗ୍ୟ ହୃଷୀକେଶ ଶ୍ୱଶୁର ଘର ଗାଁ କୃଷ୍ଣପୁରରେ ରହୁଛନ୍ତି । ଅଧିକାଂଶ ସମୟରେ ସେ ନିଶାଗ୍ରସ୍ତ ଅବସ୍ଥାରେ ମିଟିଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking