32.1 C
Bhubaneswar
Sunday, May 19, 2024
Homeଓଡିଶାଚାଷିଙ୍କ ପାଇଁ ବିରୋଧିଙ୍କ ରଣ ହୁଙ୍କାର : ଧାରଣାରେ କଂଗ୍ରେସ, ରାଜରାସ୍ତାରେ ବିଜେପି

ଚାଷିଙ୍କ ପାଇଁ ବିରୋଧିଙ୍କ ରଣ ହୁଙ୍କାର : ଧାରଣାରେ କଂଗ୍ରେସ, ରାଜରାସ୍ତାରେ ବିଜେପି

ସୁବର୍ଣ୍ଣପୁର : ଚାଷିଙ୍କ ଟୋକନେ ସମସ୍ୟାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲା ବିଜେପି । ଟୋକନ ସମସ୍ୟା ଯୋଗୁଁ ମଣ୍ଡି ମାନଙ୍କରେ ଧାନ ପଡି ରହିଥିବାବେଳେ ଧାନ କିଣା ବନ୍ଦ କରିଛନ୍ତି ସରକାର । ଫଲରେ ଅନେକ ଚାଷି ନିଜ କଷ୍ଟ ଉପାର୍ଜିତ ଫସଲକୁ ବିକ୍ରି କରି ପାରି ନାହାନ୍ତି । ଏନେଇ ବାରମ୍ବାର ଚାଷିମାନେ ଆନ୍ଦୋଳନ କରିଥିଲେ ହେଁ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଫଳରେ ଆଜି ବାଧ୍ୟ ହୋଇ ବିଜେପି ସାରା ରାଜ୍ୟରେ ୨ ଘଣ୍ଟିଆ ଚକାଜାମ କରିଛି । ସୁବର୍ଣ୍ଣପୁର ଜିଲ୍ଲାର ଚେରୁପାଲି ଓ ବୀରମହାରାଜପୁର ଠାରେ ବିଜେପି ପକ୍ଷରୁ ଚକାଜାମ କରାଯାଇଛି । ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା । ସରକାର ତୁରନ୍ତ ବାକି ରହିଥିବା ଧାନକୁ ନ କିଣିଲେ ଆଗାମି ଦିନରେ ଆନ୍ଦୋଳନ ଆହରି ତିବ୍ର ହେବ ବୋଲି ଚେତାବନି ଦେଇଛନ୍ତି ବିଜେପି ନେତୃମଣ୍ଡଳୀ । ବୀରମହାରାଜପୁରରେ ହୋଇଥିବା ଏହି ଆନ୍ଦୋଳନରେ ବିଜେପି ଜିଲ୍ଲା ଉପ ସଭାପତି ନଳିନୀ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, କୃଷକ ମୋର୍ଚ୍ଚା କିଶୋର ହୋତା ପ୍ରମୁଖଙ୍କ ସହ ଅନେକ କର୍ମି ସାମିଲ ଥିଲେ । ସେହିପରି ଜିଲ୍ଲାର ଚାଷିମାନଙ୍କ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଧାନ ସଂଗ୍ରହ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି, ଲାପ୍ସ ହୋଇଥିବା ଟୋକେନର ରିଜେନେରେଟ, ସମସ୍ତ ଚାଷିଙ୍କ ଧାନ ଉଠାଇବା ସହ କଟନି ଛଟନିକୁ ବନ୍ଦ କରିବା ପାଇଁ ଦାବି କରିଛି କଂଗ୍ରେସ । ସରକାର ଜାଣି ଶୁଣି ଚାଷିଙ୍କୁ ହଇରାଣ କରୁଥିବାବେଳେ ଏବେ କେମିତି ଚାଷିମାନେ ରବି ଧାନ ବିକ୍ରୟ କରି ପୁଣି ଖରିଫ ଚାଷ ପାଇଁ ପ୍ରସ୍ତୁତ ହେବେ । ତୁରନ୍ତ ଚାଷିଙ୍କ ସମସ୍ୟାର ସମାଧାନ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛି କଂଗ୍ରେସ । ନଚେତ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତାମାନେ । ଏହି ଧାରଣାରେ ବରିଷ୍ଠ କଂଗ୍ରେସ ନେତା ବିନୋଦ ପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ସୁର୍ଯ୍ୟକାନ୍ତି ନାଗ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking