39.1 C
Bhubaneswar
Friday, April 26, 2024
Homeଅପରାଧପୁଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ, ବହୁୁ ଅସ୍ତ୍ରଶସ୍ତ୍ର ଜବତ

ପୁଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ, ବହୁୁ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର ଏଲାଙ୍ଗନାର ଅଞ୍ଚଳରେ ଗତକାଲି ରାତ୍ରିରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ଜଣେ ମାଓବାଦୀ ମୃତ୍ରୁବରଣ କରିଥିବା ବେଳେ ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏଲାଙ୍ଗନାର ଅଞ୍ଚଳରେ କଟେକଲ୍ୟାଣ ଓ କାଙ୍ଗେର ଘାଟି ମାଓ ସଂଗଠନର ମାଓବାଦୀମାନେ ରହିଥିବା ଖବର ପାଇ ଡିଆର୍‌ଜି ଓ ସିଆରପିଏଫ ବାହୀନୀ ପକ୍ଷରୁ ଅପରେସନ କରାଯାଇଥିଲା । ମାଓବାଦୀମାନେ ସୁୂରକ୍ଷାକର୍ମିଙ୍କୁ ଦେଖି ଗୁଳି ଚାଳନା କରିଥିବା ବେଳେ ପ୍ରତିଜବାବରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଗୁଳି ବିନିମୟ ପରେ ପୋଲିସ ପକ୍ଷରୁ ତଲାସୀ ବେଳେ ଘଟଣାସ୍ତଳରୁ ଜଣେ ପୁରୁଷ ମାଓବାଦୀର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଗୋଟିଏ ପିସ୍ତଲ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ମୃତକ ମାଓବାଦୀ ଜଣେ ଡେପୁଟି କମାଣ୍ଡର ଭାବେ କାମ କରୁଥିବା ବେଳେ ସରକାର ତାର ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking