35.1 C
Bhubaneswar
Tuesday, April 23, 2024
Homeଓଡିଶାବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ପୁଲିସ ଓ ଗ୍ରାମବାସୀ ଧସ୍ତାଧସ୍ତ

ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ପୁଲିସ ଓ ଗ୍ରାମବାସୀ ଧସ୍ତାଧସ୍ତ

ବାଲେଶ୍ୱର: ବେତନଟୀ ବ୍ଲକ୍ ରଘୁପୁର ପଞ୍ଚାୟତର ବଡ଼ଗୋପାଳପୁର ରିଜର୍ଭ ଜଙ୍ଗଲ କଟାକୁ ନେଇ କୈଳାସ ଫିସାରୀ, ଜଙ୍ଗଲ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଇଛି । ବିଜେପିର ମଣ୍ଡଳ ସମ୍ପାଦକ ଚନ୍ଦ୍ରହାସ୍ୟ ପାଣିଗ୍ରାହୀ ତାଙ୍କର ମହୁଲପାଟଣା ଧର୍ମକଣ୍ଟାରେ ଥିବାବେଳେ କେତେକ ଗୁଣ୍ଡାଶ୍ରେଣୀୟ ଲୋକ ଭୁଜାଲି, ଖଣ୍ଡା ଆଦି ଧରି ଚନ୍ଦ୍ରହାସ୍ୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ଗୋଡ଼ାଇ ଗୋଡ଼ାଇ ଭୁଜାଲି ଓ ଖଣ୍ଡାରେ ତାଙ୍କୁ ହାଣିଥିଲେ । ଗୁରତର ଅବସ୍ଥାରେ ଚନ୍ଦ୍ରହାସ୍ୟଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାକୁ ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଳିଙ୍ଗ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୂର୍ବରୁ ମଧ୍ୟ ଜଣେ ଗ୍ରାମବାସୀଙ୍କୁ ଭୁଜାଲିରେ ହାଣିବା ଘଟଣାରେ ପୁଲିସ କୈଳାସ ଫିସାରୀର ମାଲିକ ଓ ଦୁଇ ପୁତ୍ରଙ୍କ ନାମରେ ମାମଲା ରୁଜୁକରି ଚୁପ୍ ରହିବା ଫଳରେ ସେମାନଙ୍କର ସାହସ ଦ୍ୱିଗୁଣିତ ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଥିଲେ । କୈଳାସ ଫିସାରୀର ମାଲିକ ମନୋରଞ୍ଜନ ସାହୁ, ପୁତ୍ର ଅକ୍ଷୟ ସାହୁ, ସଞ୍ଜୟ ସାହୁ ଓ ସେମାନେ ଆଣିଥିବା ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ରୁପ୍‌ସା-ବୈଶିଙ୍ଗା ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ପରେ ଲୋକମାନେ କ୍ରୋଧାନ୍ୱିତ ହୋଇ ମାଲିକମାନେ ଲୁଚିଥିବା ଫିସାରୀ ଫାର୍ମ ଉପରେ ଚଢ଼ଉ କରି ସେମାନଙ୍କ ଗାଡି ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ । କୈଳାସ ଫିସାରୀର ମାଲିକମାନଙ୍କୁ ତୁରନ୍ତ ଗିରଫ କରାନଗଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ । ତେବେ ପୁଲିସ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ କୈଳାସ ଫିସାରୀର କାନ୍ଥ ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ବେତନଟୀ ଏସ୍‌ଡିପିଓ ଲଳିତ ପଟ୍ଟନାୟକ, ବୈଶିଙ୍ଗା ଡିଏସ୍‌ପି ଲକ୍ଷ୍ମୀଧର ସ୍ୱାଇଁ, ବଡ଼ସାହି ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣର୍, ବେତନଟୀ ଥାନା ଏସ୍‌ଆଇ ବେଦପ୍ରକାଶ ନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking