28.1 C
Bhubaneswar
Saturday, April 27, 2024
Homeଓଡିଶା ପାଇଖାନା ଘରେ ବିତୁଛି ଜୀବନ,ବାଟବଣା ସରକାରୀ ଯୋଜନା 

 ପାଇଖାନା ଘରେ ବିତୁଛି ଜୀବନ,ବାଟବଣା ସରକାରୀ ଯୋଜନା 

ମୟୁରଭଞ୍ଜ (ଘାସିରାମ ବେହେରା) ମାଳମାଳ ସରକାରୀ ଯୋଜନା। ଯୋଗ୍ୟଙ୍କ ନିକଟରେ ପହଞ୍ଚି ପାରୁନି ହେଉଛି ବାଟବଣା। ସମ୍ପୃକ୍ତ ସରକାରୀ ବାବୁମାନେ ଖସିଯାଉଛନ୍ତି ହେଲେ ମୁଣ୍ଡଗୁଞ୍ଜିବା ପାଇଁ ଘର ଖଣ୍ଡେ ନ ଥିବାରୁ ପାଇଖାନା ଘରେ ଗରିବର କଟୁଛି ଜୀବନ। ତେବେ ଏ ସି ସି ସି ତାଲିକାରେ ନାମ ନ ଥିବା କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଜରୁରୀକାଳୀନ ଭିତ୍ତିରେ ବିଜୁପକ୍କାଘର ମଞ୍ଜୁର କରିବାର କ୍ଷମତା ବ୍ଳକ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିଲେ ବି ଏଠାରେ ତାର ବ୍ୟତିକ୍ରମ ସ୍ପଷ୍ଟ ପ୍ରମାଣିତ ହେଉଛି। ତେବେ ଏଭଳି ଏକଘଟଣା ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକ ଅଙ୍ଗାରପଦା ପଞ୍ଚାୟତ କନିକା ଗ୍ରାମରେ ଦେଖିବାକୁ ମିଳିଛି। ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ପାଇଖାନା ଘରେ ଜୀବନ କାଟୁଥିବା ବୃଦ୍ଧା ବିଧବାମହିଳା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ୱଚ୍ଛତାକୁ ଉପହାସ କରୁଥିବା ଭଳି ଅଭାବନୀୟ ଘଟଣାକୁ ନେଇ ପ୍ରଶାସନର ସ୍ୱଚ୍ଛତା ଆଉ ଦକ୍ଷତା ପ୍ରତି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍ୱର୍ଗତ ଘନଶ୍ୟାମ ବେହେରାଙ୍କ   ସ୍ତ୍ରୀ ଦ୍ରୁପଦି  ବେହାରାଙ୍କ ପାଇଁ ସରକାରୀ ଯୋଜନା ଏବେ ସାତସପନ। ସ୍ୱାମୀସ୍ତ୍ରୀ ଏବଂ ପୁଅ ନାତିନାତୁଣୀକୁ ନେଇ  ଦ୍ରୁପଦୀ ବେହେରାଙ୍କ ତେଲଲୁଣର ସଂସାର ସୁରୁଖୁରୁରେ କଟି ଯାଉଥିଲା ହେଲେ ଦଇବଦାଉ ସାଧିଲା । ବେଶ କିଛିବର୍ଷ ପୂର୍ବରୁ               ସ୍ତ୍ରୀ  ଦ୍ରୁପଦି  ଏବଂ ପୁଅ ଝିଅଙ୍କୁ   ଏକାକରି ଏ ଦୁନିଆଛାଡି ଚାଲିଗଲେ ଘନଶ୍ୟାମ । ହେଲେ ଦ୍ରୁପଦିଙ୍କ ଦୁଃଖ ସେତିକିରେ ସରିନି ଗୋଟିଏ ଛପରତଳେ ୮ କୁଟୁମ୍ବ ଦୁଃଖକଷ୍ଟରେ ରହି ଆସୁଥିଲେ ହେଲେ ନାତିର ବାହାଘର ପରେ ଘର ଅଭାବରୁ ବାପାମାଆ ଘର ବାରଣ୍ଡାରେ ଶୋଉଥିବା ବେଳେ ନାତିନାତି ବୋହୁ ଗୋଟିଏ ଘରେ ରହୁଛନ୍ତି। ଅନ୍ୟଏକ କୋଠରୀରେ ଅନ୍ୟ ନାତି ନାତୁଣୀମାନେ ରହୁଛନ୍ତି। ଏତେସବୁ ଘଟଣା ପରେ ବି କାହାରିକୁ କେବେ ହାତ ପୋତାଇ ନାହାଁନ୍ତି ଭାଗ୍ୟକୁ ଆଦରି ପାଇଖାନା ଘରେ ବାକିତକ ଜୀବନ ଅତି ଦୁଃଖରେ କଟାଇବାକୁ ବାଧ୍ୟ ହେଉଛନ୍ତି ଦ୍ରୁପଦି। ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ଆଜିପର୍ଯ୍ୟନ୍ତ ପଞ୍ଚାୟତ ରୁ ବ୍ଳକ ଦୌଡ଼ିଦୌଡ଼ି ଦ୍ରୁପଦି ବୃଦ୍ଧାବସ୍ଥାରେ ନୟାନ୍ତ ହେଲେ ସିନା କିନ୍ତୁ ନ୍ୟାୟ ପାଇଲେ ନାହିଁ। ହେଲେ ମିଳିଛି କେବଳ ପ୍ରତିଶ୍ରୁତି ମାତ୍ର ଆଜିପର୍ଯ୍ୟନ୍ତ ମିଳି ପାରୁଛି ଆବାସ ଯୋଜନାରେ ଘର ନା ମିଳୁଛି ମୁଣ୍ଡ ଗୁଞ୍ଜିବାକୁ ଚାଳ ଏପରି ଅବସ୍ଥାରେ ପୁଅ ଏବଂ ୮ଜଣ ନାତିନାତୁଣୀକୁ ସାଙ୍ଗରେ ଧରି ବାରଦୁଆର ଶୁଣ୍ଡିପିଣ୍ଡା ହେଉଥିଲେ ବି ସରକାରଙ୍କ ମାଳମାଳ ଯୋଜନାରୁ ଏଇ ପରିବାରକୁ ବାସଗୃହ ମିଳି ନ ପାରିବା ଭଳି ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ ଯାହା ସରକାରୀ ଯୋଜନାର ସ୍ୱଚ୍ଛତା ଏବଂ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ତେବେ କେନ୍ଦ୍ର ହେଉକି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଆବାସଯୋଜନା ସରକାରୀ କର୍ମଚାରୀଙ୍କ ରୋଜଗାର ପାଇଁ ନା ଅଭାବୀ ଯୋଗ୍ୟ ହିତାଧିକାରୀଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ବ୍ଳକପ୍ରଶାସନ ଠୁ ଆରମ୍ଭ କରି ପଞ୍ଚାୟତ ସରପଞ୍ଚ ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ସହ ଏବେ ହତାଶ ହୋଇପଡ଼ି ପାଇଖାନା ଘରେ ଜୀବନ ଜିଉଁଛନ୍ତି ଦ୍ରୁପଦୀ।ଭାଗ୍ୟକୁ ଆଦରି ପୁଅଝିଅ ନାତିନାତୁଣୀଙ୍କୁ ଧରି ଏକ ପାଇଖାନା ଘରେ  ଦୁଃଖ କଷ୍ଟରେ ରହି ଆସୁଥିଲେ ବି କାହାର ନଜର ନ ପଡିବା ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଆଙ୍ଗୁଳି ଉଠାଛନ୍ତି ସ୍ଥାନୀୟ ବାସିନ୍ଦା ,ସେହିପରି ଏ ସମ୍ପର୍କରେ ବିଡ଼ିଓଙ୍କୁ  ଭେଟି ଥିଲେବି ସରକାରଙ୍କ  ନୂତନ ନିୟମ ଅନୁଯାୟୀ କ୍ୟାମେରା ସାମ୍ନାରେ କିଛିକହିବେ ନାହିଁ କହିଛନ୍ତି। ସେହିପରି ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ପରିବାରକୁ ତୁରନ୍ତ ଆବାସ ଯୋଗାଇ ଦେବାକୁ ସାଧାରଣରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଅନ୍ୟପଟେ ଏଇ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ କେତେ ତତ୍ପରତା ଦେଖାଉଛି ରରୁଆଁ ବ୍ଳକ ପ୍ରଶାସନ ଏବଂ ସରକାରୀ ବ୍ୟବସ୍ଥା ତାହା ଦେଖୁବାକୁ ବାକି ରହିଲା ।
https://youtu.be/oCj1EDklBGs
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking