39.1 C
Bhubaneswar
Friday, April 26, 2024
Homeରାଶିଫଳଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….
ମେଷ : ଆଜି ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି । କାର୍ଯ୍ୟଚାପରେ ଥକ୍କା ହୋଇ ପଡ଼ିଥିବାରୁ ବିଶ୍ରାମ ଗ୍ରହଣ କରିପାରନ୍ତି । ଦିନଟି ଭିତରେ ଭୋଗ ବିଳାସ କରିପାରିବେ । ସୁଖ ସମୃଦ୍ଧି ଯୁକ୍ତ ଜୀବନ ଯାପନା କରିପାରିବେ । ଭାଗ୍ୟଶାଳୀ ହେବେ ।
ବୃଷ : ଅଜାଣତରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ଇର୍ଷାଳୁ ସ୍ୱଭାବର ହୋଇପାରନ୍ତି ।ଶାରୀରିକ ପୀଡ଼ା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ବ୍ୟବସାୟ ଲାଭଜନକ ହେବ । ସର୍ଦ୍ଦି କାଶରେ ପିଡ଼ୀତ ହୋଇପାରନ୍ତି ।
ମିଥୁନ : ବ୍ୟବସାୟ ଲାଭଜନକ ହେବ । ଆମୋଦ ପ୍ରମୋଦରେ ଦିନଟି ବିତାଇ ପାରନ୍ତି । ସେବାଭାବ ଜାଗ୍ରତ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ ।
କର୍କଟ : ଆୟ ବୃଦ୍ଧିର ସୂଚନା ମିଳୁଛି । ମନୋବଳ ଦୃଢ ରହିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନା କରିବେ । ବଳବାନ ହେବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।
ସିଂହ: କାର୍ଯ୍ୟଭାର ଲାଘବ ହେବ । ଚଂଚଳ ପ୍ରକୃତିର ହୋଇପାରନ୍ତି । କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଧନଲାଭ ହୋଇପାରେ । ତନ୍ତ୍ର ମନ୍ତ୍ର ପରି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କନ୍ୟା : ଗୃହ ସାଜସଜ୍ୱାରେ ମନ ଦେବେ । ବାଦ ବିବାଦରେ ବିଜୟୀ ହେବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ ଧର୍ମ ପ୍ରତି ଆଗ୍ରହୀ ହେବେ । ବ୍ୟକ୍ତି ବିଶେଷଭାବେ ସମ୍ମାନିତ ହେବେ ।
ତୁଳା : ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ରହିପାରନ୍ତି । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା, କଫ‘ରେ ଆକ୍ରାନ୍ତ ହେବାର ସୂଚନା ମିଳିଛି । ପ୍ରେମୀ ଓ ସାହାସୀ ହେବେ । ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ପାଇବେ ।

ବିଛା : ପରମ ଭାଗ୍ୟଶାଳୀ ହେବେ । ସହନଶୀଳ , ଉଦାରଭାଷୀ, ଶାନ୍ତିପ୍ରିୟ, ଉଦାର, ବିଦ୍ୟାପ୍ରେମୀ ହେବେ । ସ୍ତ୍ରୀ ବିଳାଶୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।ବ୍ୟବସାୟରୁ ବହୁତ ଲାଭ ମିଳିବ ।
ଧନୁ : ଶିବ ଦର୍ଶନ ଲାଭ କରି ଆଖି ସନ୍ତୋଷ ଲାଭ କରିବେ । ଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୁପ ହେବ । ଐଶ୍ଚର୍ଯ୍ୟଯୁକ୍ତ ହୋଇପାରନ୍ତି ।
ମକର : ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା କଫ‘ ଜନିତ ପୀଡ଼ା ପାଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁର କଥା କହି ମାୟା ବିସ୍ତାର କରିପାରନ୍ତି ।
କୁମ୍ଭ : ଦେବ ଦର୍ଶନ ଆନନ୍ଦ ଦାୟକ ହେବ । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।
ମୀନ : ସହକର୍ମୀମାନଙ୍କର ନେତୃତ୍ୱ ନେଇପାରନ୍ତି । ପରିଶ୍ରମର ମୂଲ୍ୟାଙ୍କନ ହେବ । କୂଳଦୀପକ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭ ଜନକ ହେବ । ମନ ପ୍ରଶନ୍ନ ହେବ । ଯଶଶ୍ୱୀ ହୋଇପାରନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking