34.1 C
Bhubaneswar
Saturday, May 2, 2026
Homeଓଡିଶାହୋର୍ଡିଂ ଭୁଶୁଡି ମୃତ୍ୟୁ: ୪ ଲକ୍ଷ ଅନୁକମ୍ପା ରାଶି

ହୋର୍ଡିଂ ଭୁଶୁଡି ମୃତ୍ୟୁ: ୪ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର: ହୋର୍ଡିଂ ଭୁଶୁଡି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଭୁବନେଶ୍ୱରର ଆଇଗଣିଆରେ ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଉଭୟଙ୍କ ମୃତକଙ୍କ ପରିବାର ନିକଟତମ ଆତ୍ମୀୟକୁ ୪ ଲକ୍ଷ ଲେଖାଏଁ ମିଳିବ । ସିଏମଆରଏଫରୁ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନାଥାଉକି , ଗତକାଲି ହୋର୍ଡିଂ ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ । ଭୁବନେଶ୍ୱର ଆଇଗିଣିଆରେ ଅଘଟଣ । ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ଜୀବନ ଯାଇଛି । ୫ରୁ ୬ଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ । କେବଳ ୨ ଜଣଙ୍କର ମୃତ୍ୟୁ ହୋଇନି ବରଂ ହୋର୍ଡିଂ ତଳେ କିଛି ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।ଗ୍ୟାସ୍ କଟରରେ ହୋର୍ଡିଂ ଅଂଶକୁ କାଟି ବାହାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ପହଞ୍ଚିଥିଲେ ।

ବେଆଇନ ହୋର୍ଡିଂ ଲାଗିଥିଲା: ବିଏମସି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking