ଭୁବନେଶ୍ୱର: ଅର୍ଥ ମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିବା ନେଇ ଆଇନ ମନ୍ତ୍ରୀ କଟାକ୍ଷ କରି କହିଛନ୍ତି, ଦାନ ମାଝୀ ଘଟଣା ସମୟରେ କଣ ହୋଇଥିଲା ବୋଲି ପଚାରିଲେ । ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲିଯାଇଛନ୍ତି । ଦାନ ମାଝୀ ଘଟଣାରେ ସଂମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା । ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା ପଚାରିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆହୁରି କହିଛନ୍ତି, ଚିଠି ଲେଖା ନେତା, ସୋସିଆଲ ମିଡିଆରେ ଗାଳି ଛଡା ଅଧିକ କିଛି କରିପାରିବେନି । ସୂଚନା ଥାଉକି, କିଛି ସମୟ ପୂର୍ବରୁ ଜିତୁ ମୁଣ୍ଡା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ ।










