ଭୁବନେଶ୍ୱର: ରାଜ୍ୟର ଲାଗି ରହିଛି ଗ୍ରୀଷ୍ମପ୍ରବାହ। ଅଧିକାଶ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରି ରହୁଛି। ଅସହ୍ୟ ଗୁଳୁଗୁଳି ଆକ୍ତାମାକ୍ତା କରୁଛି। ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ଝାରସୁଗୁଡ଼ା। ଗତ କିଛି ଦିନ ହେବ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି। ସମ୍ବଲପୁରର ତାପମାତ୍ରା ୪୩ଡିଗ୍ରି ତଳକୁ ଖସୁନି। ରାଉରକେଲାରେ ୪୨ଡିଗ୍ରି ପାର କରି ତାଉ ଦେଖାଉଛି ତାତି। ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଅଂଚଳରେ ଟାଇଁ ଟାଇଁ ଖରା କଲବଲ କରୁଛି। ଭୁବନେଶ୍ବରର ତାପମାତ୍ରା ୪୦ଡିଗ୍ରି ତଳକୁ ଖସି ଆସିଛି। ପୁରୀ, ପାରାଦୀପ, ବାଲେଶ୍ବରର ତାପମାତ୍ରା ୪୦ଡିଗ୍ରି ତଳେ ରହିଛି। କିନ୍ତୁ ଅତ୍ୟଧିକ ଆଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳୁ ଅନୁଭୂତ ହେଉଛି। ଆଜିଠୁ ତାତି ଆହୁରି କମିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଅନୁଗୁଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡା, କଟକ, ଯାଜପୁର, ଭଦ୍ରକକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।










