32.1 C
Bhubaneswar
Saturday, May 2, 2026
Homeଓଡିଶାବେଆଇନ ହୋର୍ଡିଂ ଲାଗିଥିଲା: ବିଏମସି

ବେଆଇନ ହୋର୍ଡିଂ ଲାଗିଥିଲା: ବିଏମସି

ଭୁବନେଶ୍ୱର: କାଲି ହୋର୍ଡିଂ ପଡି ୨ ଜଣଙ୍କ ମୃତ୍ୟୁ ଘଟଣାରେ ବିଏମସି କମିଶନର ଚଞ୍ଚଳ ରାଣା ସୂଚନା ଦେଇ କହିଛନ୍ତି, ବେଆଇନ ଭାବେ ଏହି ହୋର୍ଡିଂ ଲାଗିଥିଲା, ଏଫଆଇଆର କରାଯିବ । ପୋଲିସକୁ ଏତଲା କରିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ଏପରି ବେଆଇନ ହୋର୍ଡିଂ ଲଗାଇଲେ ଫୌଜଦାରୀ ମାମଲା ହେବ । ମୃତକଙ୍କ ପରିବାରକୁ ସିଏମଆରଏଫରୁ ସହାୟତା ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି ଭୁବନେଶ୍ୱର ଆଇଗିଣିଆରେ ଅଘଟଣ ଘଟିଥିଲା । ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ଜୀବନ ଯାଇଛି । ୫ରୁ ୬ଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ । କେବଳ ୨ ଜଣଙ୍କର ମୃତ୍ୟୁ ହୋଇନି ବରଂ ହୋର୍ଡିଂ ତଳେ କିଛି ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।ଗ୍ୟାସ୍ କଟରରେ ହୋର୍ଡିଂ ଅଂଶକୁ କାଟି ବାହାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ପହଞ୍ଚିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking