32.1 C
Bhubaneswar
Saturday, May 2, 2026
Homeଓଡିଶାଜମି ଅଧିଗ୍ରହଣ: ପୁଲିସ ଆଦିବାସୀ ମୁହାଁମୁହିଁ

ଜମି ଅଧିଗ୍ରହଣ: ପୁଲିସ ଆଦିବାସୀ ମୁହାଁମୁହିଁ

ରାଜଗାଙ୍ଗପୁର: ଆଦିବାସୀ ଜମିକୁ ଜୋରଜବରଦସ୍ତ ଜବରଦଖଲ କରି ଆରମ୍ଭ ହେଲା କମ୍ପାନୀର ରାସ୍ତା କାମ । ପୁଲିସ – ଆଦିବାସୀ ମୁହାଁମୁହିଁ । ୧୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ ୧୪ ଜଣଙ୍କୁ ଅଟକ ରଖିଛି । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଠାରେ ଡିସିବିଏଲର ଚୂନପଥର ଖଣି ସମ୍ପ୍ରସାରଣକୁ ନେଇ ତେଜିଥିବା ବିବାଦ ଆଜି ପୁଣି ଜୋର ଧରିଛି । ଗ୍ରାମବାସୀ ବିରୋଧ କରୁଥିବାରୁ ୧୨ରୁ ୨୪ ଜଣ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି । ଚୂନ ଖଣି ସମ୍ପ୍ରସାରଣ କୁ ନେଇ ଆଦିବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ଚାଷ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗ ବର୍ଷ ଡିସେମ୍ବର ମାସରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ହୋଇଥିଲା । ଆଜି ସକାଳୁ ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking