ପୁରୀ: ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଇଲାଅଡା ଛକ ଖଡ଼ିପଦା ଗ୍ରାମରେ ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ଚିଣ୍ଟୁ ପାଣି l ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ସଦରଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଚିଣ୍ଟୁ ତାଙ୍କ ସାଙ୍ଗର ଏକ ବିବାହ ଭୋଜିକୁ ଯାଇଥିଲେ ସେଠାରୁ ଆଉ ଘରକୁ ଫେରିନଥିଲେ। ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ଅଣାଯାଇଥିଲା | କେହି କେହି ଚିଣ୍ଟୁଙ୍କର ଦୁର୍ଘଟଣାରେ ଜୀବନ ଯାଇଛି ବୋଲି କହୁଥିବାବେଳେ ତ ଆଉ କିଏ କହୁଛି ତାକୁ ହତ୍ୟା କରାଯାଇଛି l ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି |










