30.1 C
Bhubaneswar
Thursday, May 21, 2026
Homeଦେଶ ବିଦେଶ୪୬ ଡିଗ୍ରି ଛୁଇଁପାରେ ଦିଲ୍ଲୀ ତାପମାତ୍ରା

୪୬ ଡିଗ୍ରି ଛୁଇଁପାରେ ଦିଲ୍ଲୀ ତାପମାତ୍ରା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଦିଲ୍ଲୀ -ଏନ୍‌ସିଆର୍‌ରେ ତାପମାତ୍ରା ବୁଧବାର ୪୬ ଡିଗ୍ରି ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇ ଦେଇଛି ଯେ ବୁଧବାର ଦିଲ୍ଲୀରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରି ସେଲସିୟସ୍ ଛୁଇଁବ। ଆଇଏମ୍‌ଡି ପକ୍ଷରୁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ରେ ସପ୍ତାହ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ସମ୍ଭାବନା ଅଛି। ତେବେ ଅପରାହ୍ଣ ଓ ସନ୍ଧ୍ୟା ସମୟରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।ଦିଲ୍ଲୀ ସଫଦରଜଙ୍ଗ ପର୍ଯ୍ୟବେକ୍ଷଣାଗାରରେ ସର୍ବାଧିକ ତାପମାତ୍ରା ୪୫.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ରିଜ୍‌ ଷ୍ଟେସନରେ ୪୬.୫ ଡିଗ୍ରି, ଆୟାନଗରରେ ୪୫.୫ ଡିଗ୍ରି ଓ ଲୋଧି ରୋଡରେ ତାପମାତ୍ରା ୪୫.୨ ଡିଗ୍ରି ରହିଥିଲା। ତାପମାତ୍ରା ବୃଦ୍ଧି ଯୋଗୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାକଙ୍କ (ଏକ୍ୟୁଆଇ) ମଙ୍ଗଳବାର ଅପରାହ୍ଣ ୪ଟାରେ ୨୦୮ରେ ପହଞ୍ଚି ଥିଲା। ଏପ୍ରିଲ ୨୮ ତାରିଖ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ଗତକାଲି ସବୁଠୁ ଖରାପ ରହିଥିଲା। ମଙ୍ଗଳବାର ଦିଲ୍ଲୀ ବର୍ଷର ଚତୁର୍ଥ ଉଷ୍ଣ ଦିନ ଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking