30.1 C
Bhubaneswar
Wednesday, May 20, 2026
Homeଦେଶ ବିଦେଶଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା

ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ସଙ୍କଟ ସ୍ଥିତିରେ ରହିଛି । ପାତାଳମୁହାଁ ହୋଇଛି ଟଙ୍କା । ଆମଦାନି ବିଲ୍ ବଢ଼ାଉଛି ଚିନ୍ତା । ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବନିମ୍ନ ସ୍ତର ୯୬.୫୩ ସ୍ତରରେ ରହିଛି । ଏହା ପୂର୍ବରୁ ସୋମବାର ଟଙ୍କା ୯୬.୨୯ ସ୍ତରରେ ବନ୍ଦ ହୋଇଥିଲା । ଗତ କିଛି ଦିନ ହେବ ଟଙ୍କା ମୂଲ୍ୟ ଲଗାତାର ହ୍ରାସ ହେଉଛି । ୨୦୨୬ ଆରମ୍ଭରୁ ଟଙ୍କା ଉପରେ ଚାପ ରହିଛି । ଡିସେମ୍ବର ୨୦୨୫ରେ ପ୍ରଥମ ଥର ଲାଗି ଟଙ୍କା ୯୦ ସ୍ତରକୁ ଖସିଥିଲା । ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ଚାପ ବଢ଼ିବା ଆଶଙ୍କା ରହିଛି ।ବିଶେଷଜ୍ଞ କହିଛନ୍ତି ଯେ, ଯୁଦ୍ଧ ବନ୍ଦ ନ ହେବା ଏବଂ ଅଶୋଧିତ ତେଲ ଦର ଏଭଳି ବଢ଼ି ଚାଲିଲେ ଟଙ୍କା ୧୦୦ ସ୍ତର ଛୁଇପାରେ । ଟଙ୍କା ମୂଲ୍ୟ ଦୁର୍ବଳ ହେବା ପଛରେ ଆମେରିକା-ଇରାନ ଯୁଦ୍ଧ ସହ ଅନ୍ୟ କିଛି କାରଣ ଦାୟୀ ରହିଛି । ଆମେରିକା-ଇରାନ ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ସଙ୍କଟ ସୃଷ୍ଟି ହୋଇଛି । ଏହି ଯୁଦ୍ଧକୁ ଟଙ୍କା ମୂଲ୍ୟ ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଯୁଦ୍ଧ ଜନୀତ ଅନିଶ୍ଚିତତା ଯୋଗୁ ବିଶ୍ୱ ବଜାରରେ ଡର ସ୍ଥିତି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking