29.4 C
Bhubaneswar
Monday, June 8, 2026
Homeଓଡିଶାଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ: ଦମ୍ପତ୍ତି ଗୁରୁତର

ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ: ଦମ୍ପତ୍ତି ଗୁରୁତର

ବାଲେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ନିଆଁରେ ପୋଡ଼ି ହୋଇ ଦମ୍ପତ୍ତି ଗୁରୁତର। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବିଜୟ ବେହେରାଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଶୋଇଥିବା ବିଛଣାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ବିଜୟ ଏବଂ ତାଙ୍କ ସ୍ତ୍ରୀ ଆରତୀ ଗୁରୁତର ହୋଇଛନ୍ତି। ଉଭୟଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଚମ୍ପଟ ମାରିଥିଲେ। ଗୁରୁତର ବିଜୟ ଏବଂ ଆରତୀଙ୍କୁ ପଡ଼ୋଶୀ ଉଦ୍ଧାର କରି ପ୍ରଥମେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking