ଭୁବନେଶ୍ୱର: କିଛି ଦିନର ଲମ୍ବା ବିରତି ପରେ ପୁଣି ଫେରିଛି କାଷ୍ଟିଂ କାଉଚ୍। ଟେଲି ଜଗତରେ ଷ୍ଟାର କରାଇ ଦେବାକୁ କହି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଟଙ୍କା ମାଗିବା ଅଭିଯୋଗରେ ମହିଳା ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଟେଲି ଅଭିନେତା ରଶ୍ମିକାନ୍ତ ଭୁଆଁ । ଏତଲା ହେବାର ଅଳ୍ପ କିଛି ସମୟ ମଧ୍ୟରେ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ । ସେ ବାଙ୍କୁଆରେ ରହୁଥିଲେ । ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରନ୍ତି । ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା । ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଥିଲେ । ତା’ ପରେ ସିରିଏଲ୍ରେ କାମ ଦେବାକୁ କହିଥିଲେ । ମିଲି ରାଜି ହୋଇଯାଇଥିଲେ । ମୌକା ଦେଖି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଗତ କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି । ତେବେ ଏନେଇ ମଙ୍ଗଳବାର ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନଏସ୍ଏସ୍ ଦଫା ୬୯ ଓ ୩୧୮ରେ ମାମଲା ରୁଜୁ ହୋଇଛି ।









