ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ କଂଗ୍ରେସ ଫେଲ ମାରିବା ପରେ ବର୍ଷିଲେ ବରିଷ୍ଠ ନେତା ଜୟଦେବ ଜେନା । ଛାତ୍ର ସଂସଦ ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଆହୁରି ଅଧିକ ହେବାର ଥିଲା । ଲୁଲୁ ମହାପାତ୍ର , ସଂଗ୍ରାମ ଜେନା ଦାୟିତ୍ୱରେ ଥିଲା ବେଳେ ସଫଳତା ମିଳିଛି । ପୁଣି ବିରୋଧୀଦଳରେ ଥାଇ ୬୦ ପ୍ରତିଶତରୁ ୭୦ ପ୍ରତିଶତ କଲେଜ ଦଖଲ କରୁଥୁଲୁ । ସାରା ଦେଶରେ ଜେନଜି ରାହୁଲ ଗାନ୍ଧିଙ୍କ ସାଥୀରେ ଅଛନ୍ତି । ଠିକଣା ବାଟରେ ପ୍ରସ୍ତୁତି ହେଲାନି, ଏହାକୁ ନିଶ୍ଚିତ ଦଳ ଗୁରୁତ୍ୱ ଦେବା କଥା ।










