କୋଇଡ଼ା: ଲୁହାପଥର ପରିବହନ ପାଇଁ ଆସି ମାଇନ୍ସ ସମ୍ମୁଖରେ ଜଳିଗଲା ଖଣିଜ ପଥର ବୋଝେଇ ଟ୍ରକ୍। ଏପରି ଘଟଣା ସୁନ୍ଦରଗଡ଼ଜିଲ୍ଲା କୋଇଡ଼ା ଥାନା ନିକଟସ୍ଥ ଫିଗ୍ରେଡ୍ ମାଇନ୍ସ ଗେଟ୍ ସମ୍ମୁଖରେ ଘଟିଛି।ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଲୁହାପଥର ପରିବହନ ପାଇଁ ଆସିଥିବା ଏକ ଟ୍ରକ୍ ଖଣିଜ ପଥର ବୋଝେଇ କରି ବାହାରୁଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଟ୍ରକ୍ରେ ନିଆଁ ଲାଗିଥିବା ଦେଖି ଚାଳକ କୌଶଳକ୍ରମେ ଗାଡ଼ିରୁ ବାହାରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।ଖବର ପାଇ କୋଇଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିଶମ ବାହିନୀ ନିଆଁଲିଭାଇବା ପୂର୍ବରୁ ଟ୍ରକ୍ଟିର ପ୍ରାୟ ୭୦ ପ୍ରତିଶତ ଅଂଶ ଜଳିଯାଇଥିବା ଜଣାପଡ଼ିଛି।ପ୍ରାଥମିକ ଅନୁମାନ ଅନୁଯାୟୀ, ସର୍ଟ ସର୍କିଟ୍ ଯୋଗୁଁ ଟ୍ରକ୍ରେ ନିଆଁ ଲାଗିଥାଇପାରେ। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।










