32.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶଆଇଇଡି ବିସ୍ଫୋରଣ : ୩ ଯବାନ ଗୁରୁତର

ଆଇଇଡି ବିସ୍ଫୋରଣ : ୩ ଯବାନ ଗୁରୁତର

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ। ଛୋଟେବେଟିୟା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ୩ ଡିଆରଜି ଯବାନ ଗୁରୁତର ହୋଇଛନ୍ତି। ମାଓ ଦମନ ଅପରେସନ୍‌ରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି। ଯବାନ ମାନଙ୍କୁ ଟାର୍ଗେଟ୍‌ କରି ପୂର୍ବରୁ ଆଇଇଡି ଖଞ୍ଜାଯାଇଥିଲା।  ଗୁରୁତର ଯବାନ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ତେବେ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରିଥିଲେ। ଏହା ନକ୍ସଲ କାର୍ଯ୍ୟକଳାପ ସହିତ ଜଡିତ ପ୍ରଥମ ବିସ୍ଫୋରଣ। ସମ୍ଭାବ୍ୟ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking