34.1 C
Bhubaneswar
Monday, May 25, 2026
Homeଓଡିଶାଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପ୍ରସଙ୍ଗ; ଦଳରୁ ସମସ୍ତ ସୁବିଧା ନେଇ ନିଜ ସ୍ୱାର୍ଥ ପାଇଁ ଇସ୍ତଫା:...

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପ୍ରସଙ୍ଗ; ଦଳରୁ ସମସ୍ତ ସୁବିଧା ନେଇ ନିଜ ସ୍ୱାର୍ଥ ପାଇଁ ଇସ୍ତଫା: ବିଜେଡି

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଲା ପରେ ଆଜି ଦଳରୁ ଇସ୍ତଫା ଦେଇ ନିଜ ସ୍ୱାର୍ଥପରତାର ପରିଚୟ ଦେଇଛନ୍ତି ।ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଯେଉଁ ଦଳ ଶ୍ରୀ ସାମନ୍ତରାୟଙ୍କୁ ଦଳ ଓ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା । ସାମାନ୍ୟ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସେ ଦଳରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି ।ଡ. ମହାନ୍ତି ଆହୁରି କହିଥିଲେ ଯେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦେବାଶିଷଙ୍କୁ ଦଳୀୟ ସଂଗଠନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ସହ ରାଜ୍ୟସଭା ସାଂସଦ ଭାବେ ପଠାଇଥିଲେ । ପାଞ୍ଚ ପାଞ୍ଚ ଥର ଟିକେଟ ଦେଇ ୩ ଥର ବିଧାୟକ ହୋଇଥିଲେ ଏବଂ ଓଟିଡିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାର ସଭାପତି କରିଥିଲେ । ଦଳରୁ ସେ ଆଉ କ’ଣ ଅଧିକ ଆଶା କରୁଥିଲେ, ତାହା ପ୍ରକାଶ କଲେ ଭଲ ହୁଅନ୍ତା । କ୍ଷମତାରେ ଥିଲା ବେଳେ ସମସ୍ତ ଫାଇଦା ହାସଲ କରି ବିରୋଧୀ ଦଳ ଥିଲା ବେଳେ ଦଳର ହାତ ଛାଡି ଶ୍ରୀ ସାମନ୍ତରାୟ କାହିଁକି ବିଜେପି ମୁହାଁ ହୋଉଛନ୍ତି, ତାହା କଟକବାସୀ ବିଚାର କରିବେ । ବ୍ୟବସାୟିକ ଓ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଶ୍ରୀ ସାମନ୍ତରାୟ ଦଳରୁ ଇସ୍ତଫା ଦେବା ଦ୍ୱାରା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ତୃଣମୂଳ ସ୍ତରରେ ନବୀନ ବାବୁଙ୍କ ନେତୃତ୍ୱରେ କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଦଳ ଏତେ ସବୁ ଦେବା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ଶ୍ରୀ ସାମନ୍ତରାୟ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking