34.1 C
Bhubaneswar
Monday, May 25, 2026
Homeଦେଶ ବିଦେଶଅଟକିଲା କେବୁଲ କାର୍‌: ଫସିଲେ ଯାତ୍ରୀ

ଅଟକିଲା କେବୁଲ କାର୍‌: ଫସିଲେ ଯାତ୍ରୀ

ନୂଆଦିଲ୍ଲୀ: ମଝି ଆକାଶରେ ଫସିଲେ ୩୦୦ ପର୍ଯ୍ୟଟକ । ବୃଦ୍ଧ ଓ ଛୋଟପିଲାଙ୍କ ମଧ୍ୟରେ ଆତଙ୍କର ବାତାବରଣ । କାଶ୍ମୀର ଗୁଲମାର୍ଗରେ ହଠାତ୍ ଅଟକିଗଲା ରୋପ୍‌ ୱେ ।  ବୃଦ୍ଧ ଓ ଛୋଟପିଲାଙ୍କ ଭିତରେ ଭୟର ବାତାବରଣ । ସ୍ଥାନପୁଲିସ୍‌,ସେନା ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେବୁଲ କାର୍ ସେବା ହଠାତ୍ ବନ୍ଦ ହୋଇଗଲାଯାହା ଫଳରେ ପ୍ରାୟ ୩୦୦ ପର୍ଯ୍ୟଟକ ଆକାଶରେ ପୃଥକ କ୍ୟାବିନରେ ଫସି ରହିଥିଲେ । ଗୁଲମାର୍ଗର ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେବୁଲ କାରଟି ମଝି ଆକାଶରେ ଅଟକି ଯାଇଥିଲାଯାହା ଫଳରେ ପ୍ରାୟ ପର୍ଯ୍ୟଟକ ଫସି ରହିଥିଲେ । ରିପୋର୍ଟ ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି  କାରଣରୁ  କେବୁଲ କାର୍‌ ଆଗକୁ ବଢ଼ିପାରି ନଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏବଂ ସ୍ଥାନୀୟ ପ୍ରଶାସନର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି। ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking