36.3 C
Bhubaneswar
Saturday, June 27, 2026
Homeଦେଶ ବିଦେଶପ୍ରଶ୍ନପତ୍ର ଲିକ୍‌ ପରେ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ

ପ୍ରଶ୍ନପତ୍ର ଲିକ୍‌ ପରେ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଆସିଛି। ଏଥର ମହାରାଷ୍ଟ୍ରରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଟିଇଟି ପରୀକ୍ଷା ରବିବାର (ଜୁନ୍‌ ୨୮ ତାରିଖରେ) ଅନୁଷ୍ଠିତ ହେବାକୁ ଥିଲା। ତେ‌ବେ ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ଥାଣେରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ପୁଲିସକୁ ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ସୂଚନା ମିଳିବା ପରେ ଥାଣେର ଭିୱାଣ୍ଡିରେ ଏକ ଅପରେସନ ପରେ ପ୍ରଶ୍ନପତ୍ର ଜବତ କରାଯାଇଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଛି। କିନ୍ତୁ ସେମାନଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।

ଶନିବାର ଜାରି ହୋଇଥିବା ଏକ ଆଧିକାରିକ ବିବୃତିରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ କହିଛି ଯେ, ରାଜ୍ୟର ୧୦୨୮ଟି କେନ୍ଦ୍ରରେ ଜୁନ୍ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଟିିଇଟି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ଜଣାପଡ଼ିବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ପରିଷଦ ଅନୁଯାୟୀ ଶନିବାର ପ୍ରତ୍ୟୁଷରେ ଗୋପନୀୟ ସୂଚନା ଉପରେ କାର୍ଯ୍ୟ କରି ଭିୱାଣ୍ଡି ପୁଲିସ ଏକ ସ୍ଥାନରେ ଚଢାଉ କରିଥିଲା ଯେଉଁଠାରେ କିଛି ବ୍ୟକ୍ତିଙ୍କଠାରୁ ସିଲ୍ ହୋଇଥିବା ପ୍ରଶ୍ନପତ୍ରର ପୃଷ୍ଠାଗୁଡ଼ିକ ମିଳିଥିଲା। ପରୀକ୍ଷା ପରିଷଦ ପରେ ସ୍ପଷ୍ଟ କରିଥିଲା ଯେ, ଜବତ ହୋଇଥିବା କାଗଜ ପ୍ରଶ୍ନପତ୍ରରେ ରହିଥିବା ପ୍ରଶ୍ନ ସହିତ ସମାନତା ରହିଛି। ଫଳରେ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ତଦନ୍ତ ସମାପ୍ତ ହେବା ଓ ପରିସ୍ଥିତିର ପୂର୍ଣ୍ଣ ମୂଲ୍ୟାୟନ ହେବା ପରେ ନୂତନ ପରୀକ୍ଷା ତାରିଖ ଘୋଷଣା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking