ମୟୂରଭଞ୍ଜ: ଅମଣିଷ ପାଲଟିଲା ପୁଅ । ମାଆକୁ କାଠ ଫାଳିଆରେ ନିସ୍ତୁକ ମାଡ଼ । ମୟୂରଭଞ୍ଜ କପ୍ତିପଦା ବଡ଼ାମପଦାରେ ଘଟିଛି ଏ ଅଭାବନୀୟ ଘଟଣା । ପୁଅର ମାଡ଼ରେ ମାଆ ପ୍ରମିଳା ବେହେରା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ପୁଅ ରଞ୍ଜିତ ବେହେରା ନିଶାସକ୍ତ ଅବସ୍ଥାରେ ଘରକୁ ଆସିବା ପରେ କୌଣସି କଥାକୁ ନେଇ ମାଆକୁ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି ।










