34.1 C
Bhubaneswar
Monday, May 25, 2026
Homeଓଡିଶାମା ତାଗିଦ କରିବାରୁ ରାଗିଯାଇ ଝୁଲିପଡିଲେ ପୁଅ

ମା ତାଗିଦ କରିବାରୁ ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର: ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକଙ୍କ ନାମ ସୁମିତ୍ କିଷାନ୍ (୧୫) ବୋଲି ଜଣା ପଡ଼ିଛି ।ସୂଚନା ଅନୁସାରେ, ରବିବାର ସେ ଖରା ରେ ବୁଲାବୁଲି କରୁଥିବାରୁ ତାଙ୍କ ମା ତାଗିଦ୍ କରିଥିଲେ। ତେବେ ସେ ରାଗିଯାଇ ଥିଲେ। ରାତିରେ ନିର୍ମାଣଧୀନ ଘରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିଲେ । ପୋଲିସ ଆଜି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking