28.1 C
Bhubaneswar
Tuesday, June 30, 2026
Homeଓଡିଶାମାର୍କେଟ୍ ବିଲ୍ଡିଂରେ ଅଗ୍ନିକାଣ୍ଡ: ଜଳିଗଲା ୨୦ରୁ ଅଧିକ ଦୋକାନ

ମାର୍କେଟ୍ ବିଲ୍ଡିଂରେ ଅଗ୍ନିକାଣ୍ଡ: ଜଳିଗଲା ୨୦ରୁ ଅଧିକ ଦୋକାନ

ଭୁବନେଶ୍ୱର: ଭୋର୍ ୫ଟାରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଛି। ସର୍ଟ ସର୍କିଟ ପାଇ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ରାଜଧାନୀ ଏକ କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିବା ପରେ ଦେଖୁ ଦେଖୁ ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଏଥିରେ ଜଳିଯାଇଛି ୨୦ରୁ ଅଧିକ ଦୋକାନ। ଘଟଣାସ୍ଥଳରୁ କଳା ଧୂଆଁ ଆକାଶକୁ ଉଠୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ନିଆଁ ବ୍ୟାପି ନ ପାରିବା ପାଇଁ ଆଖପାଖ ଦୋକାନଗୁଡ଼ିକରେ ମଧ୍ୟ ସତର୍କତାମୂଳକ ବ୍ୟବସ୍ଥା ନିଆଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ତାହା ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଜଣାପଡ଼ିବ । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking