ବାଲେଶ୍ବର: ପାଣି ପାଇଁ ରାସ୍ତାରୋକ । ଗରା ବାଲଟି ଧରି ରାଜରାସ୍ତାରେ ଶତାଧିକ ଗ୍ରାମବାସୀ । ବାଲେଶ୍ବର ସାଂସଦଙ୍କ ପଞ୍ଚାୟତରେ ଲୋକେ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ନୀଳଗିରି-ମିତ୍ରପୁର ରାସ୍ତାର ଧୋବଶିଳା ଛକରେ ରାସ୍ତାରୋକ କରିଛନ୍ତି ।ବସୁଧା ଯୋଜନା ଥାଇ ବି ୨ ମାସ ହେବ ପାଣି ମିଳୁନି । ଧୋବଶିଳା ଗାଁର ଅନ୍ଧାରିସାହିରେ ପାଣି ସମସ୍ୟା ଲାଗିରହିଛି । ଏହାର ସମାଧାନ ନହେଲେ ରାଜରାସ୍ତାରୁ ଉଠିବେନି ବୋଲି ଲୋକେ ଚେତାବନୀ ଦେଇଛନ୍ତି ।









