ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି, ନାଁ ନଥିଲେ କରାଯିବ ଦେଶାନ୍ତର । ପଶ୍ଚିମବଙ୍ଗରୁ ବେଆଇନ ପ୍ରବାସୀଙ୍କୁ ବାହାର କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ବେଆଇନ ଅନୁପ୍ରବେଶୀଙ୍କୁ ତଡ଼ିବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏସମ୍ପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ଯେଉଁମାନଙ୍କର ଭୋଟର ତାଲିକାରେ ନାଁ ନାହିଁ, ସେମାନଙ୍କୁ ଖୁବ୍ ଶୀଘ୍ର ଦେଶାନ୍ତର କରାଯିବ । ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ସରକାର ଜନଗଣନା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବର ତୃଣମୂଳ କଂଗ୍ରେସ ସରକାର ଏହାକୁ ଅଟକାଇ ଦେଇଥିଲେ । ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ଗୋଟିଏ ଗୋଟିଏ ପରେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ।










