ବ୍ରହ୍ମପର: ବହୁ ଚର୍ଚ୍ଚିତ ବ୍ରହ୍ମପର ଗିରିରୋଡ଼ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ବ୍ରହ୍ମପର ପୁଲିସ। ଗତ ସୋମବାର ସନ୍ଧ୍ୟାରେ ହୋଇଥିବା ବର୍ବରତା ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୁଲିସ। ପୁଲିସର ଏନକାଉଣ୍ଟର ଭୟରେ ଆକ୍ରମଣରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତ ଆଶିଷ ସାହୁ ତାଙ୍କ ଓକିଲଙ୍କ ସହ ଟାଉନଥାନାରେ ହାଜର ହୋଇଛନ୍ତି। ବୁଧୁବାର ରାତି ୧୨ ଟା ସମୟରେ ଟାମଣା ଘାଟିରେ ପୁଲିସ ମୁକେଶ ର ଦୁଇ ଗୋଡ ଆଣ୍ଠୁ କୁ କରିଛି ଗୁଳି । ଗୁରୁତର ଅବସ୍ଥାରେ ମୁକେଶ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ଦକ୍ଷିଣାଞ୍ଚଳ ରେଞ୍ଜ ଆଇ ଜି ନୀତି ଶେଖର ସୂଚନା ପ୍ରଦାନ କରିଛନ୍ତି। ସୂଚନା ମୁତାବକ ସୋମବାର ଦିନ ଉମେଶ ରଥ ତାଙ୍କ ବାନ୍ଧବୀ କେ.ଗାୟତ୍ରୀ ଙ୍କ ସହିତ ଗିରିରୋଡର ଏକ ଦୋକାନକୁ ଖାଦ୍ୟ ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ତାଙ୍କୁ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ ଉଭୟେ ତଳେ ପଡ଼ିଯିବା ପରେ ଦୁର୍ବୁତ୍ତ ମାନେ ଲାଠି ଏବଂ ଠେଙ୍ଗାରେ ମାଡ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।










