ଭୁବନେଶ୍ୱର: ସରକାରୀ ବିଶ୍ୱ ବିଦ୍ୟାଳୟ ରେ ବେଆଇ ନିଯୁକ୍ତି ନେଇ ତାଗିଦ । ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଲେ ଉଚ୍ଚ ଶିକ୍ଷା ବିଭାଗ । ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ନେଇ ଚେତାବନୀ ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ଏହା ଦ୍ୱାରା ସରକାର ଓ ବିଶ୍ୱିବିଦ୍ୟାଳୟ ଉପରେ ଆର୍ଥିକ ବୋଝ ପଡୁଛି । ବ୍ୟାକ ଡୋର ଏଣ୍ଟ୍ରିକୁ ସରକାର ବରଦାସ୍ତ କରିବେ ନାହିଁ । ନିୟମିତ କରିବା ନେଇ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । ଏପରି ନିଯୁକ୍ତିର ଆର୍ଥିକ ବୋଝ ସମ୍ପୃକ୍ତ ବିଶ୍ୱ ବିଦ୍ୟାଳୟ ବହନ କରିବ । ଯେଉଁ ଅଧିକାରୀ ବେଆଇନ ନିଯୁକ୍ତି ଦେଇଥିବେ କାର୍ଯ୍ୟାନୁଷ୍ଠାନ ହେବ ।










