କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ପୁଣି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବଡ଼ବିଲ ରେଞ୍ଜ ଅନ୍ତର୍ଗତ ସୟାବାଲି ଓ ଭୂଷୁଗାଁ ରାସ୍ତାରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ, ମୃତକ ସୟାବାଲି ଗାଁର ବାସିନ୍ଦା । ସେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକ ହାତୀ ସହ ସାମ୍ନାସାମ୍ନି ହୋଇଥିଲେ । ହାତୀଟି ହଠାତ୍ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଲଗାତାର ହାତୀ ଆକ୍ରମଣ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ମାହୋଲ ସୃଷ୍ଟି ହୋଇଛି । ହାତୀ ଚଳାଚଳ ଅଞ୍ଚଳରେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।










