37.1 C
Bhubaneswar
Thursday, May 21, 2026
Homeଓଡିଶାନ୍ୟୁଜ୍ ଅବତରଣ ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ବାଜିଲା ମାଡ଼

ନ୍ୟୁଜ୍ ଅବତରଣ ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ବାଜିଲା ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ କରିଦିଆଯାଇଥିଲା। ଏୟାର ଲାଇନ୍ସ କହିଛି ଯେ. ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସୁରକ୍ଷିତ ଅଛନ୍ତି ଓ ସେମାନେ ସ୍ୱାଭାବିକ ଭାବରେ ଓହ୍ଲାଇଛନ୍ତି। ଏୟାରଇଣ୍ଡିଆ ବିମାନ ଏଆଇ୨୬୫୧ରେ ୧୭୯ ଯାତ୍ରୀ ଥିବାବେଳେ ପଛପଟ ମାଡ଼ ହେବା ପରେ ଏହାକୁ ଯାଞ୍ଚ ପାଇଁ ବିମାନବନ୍ଦରରେ ରଖାଯାଇଛି। ଏହି ଘଟଣା ପରେ ବେଙ୍ଗାଲୁରୁରୁ ଦିଲ୍ଲୀ ଫେରିବାକୁ ଥିବା ଏଆଇ୨୬୫୨ ବିମାନକୁ ବାତିଲ କରିଦିଆଯାଇଛି। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ଏପରି ଅସୁବଧା ପାଇଁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା। ଦୁର୍ଘଟଣା ଘଟିଥିବା ବିମାନଟି ଏୟାରବସ୍‌ ଏ୩୨୧ ବୋଲି ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking