37.1 C
Bhubaneswar
Thursday, May 21, 2026
Homeଓଡିଶାନୂଆ ରୂପ ନେବ ରାଜ୍ୟର ସବୁ ସହରର ବସ୍‌ଷ୍ଟାଣ୍ଡ

ନୂଆ ରୂପ ନେବ ରାଜ୍ୟର ସବୁ ସହରର ବସ୍‌ଷ୍ଟାଣ୍ଡ

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡ ନୂଆ ରୂପ ପାଇବ। ଯାତ୍ରୀଙ୍କୁ ମୌଳିକ ସୁବିଧା ମିଳିବ। କାରଣ ସମସ୍ତ ବସଷ୍ଟାଣ୍ଡକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପୌରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡକୁ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ। ଏନେଇ ପଦକ୍ଷେପ ଗ୍ରହଣ କରିବା ଲାଗି ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପରିବହନ ବିଭାଗ ପ୍ରମୁଖ ସଚିବ ପତ୍ର ଲେଖିଛନ୍ତି। ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ସହରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡର ମରାମତି, ନବୀକରଣ, ରକ୍ଷଣାବେକ୍ଷଣ, ନିର୍ମାଣ, ପରିଚାଳନା ପାଇଁ ସେଗୁଡ଼ିକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରାଯିବ। ଏହି ଯୋଜନାରେ ବସଷ୍ଟାଣ୍ଡଗୁଡ଼ିକର ଉପରୋକ୍ତ କାର୍ଯ୍ୟ ପାଇଁ ପରିବହନ ବିଭାଗ ଶୀଘ୍ର ମାର୍ଗଦର୍ଶିକା ଜାରି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking